ପୁରୀ ସମୁଦ୍ରକୂଳରେ ବାର୍‌ହା ଆକ୍ରମଣ, ୨ ମହିଳା ସଫେଇ କର୍ମଚାରୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ପୁରୀ ସମୁଦ୍ରକୂଳରେ ବାର୍‌ହା ଆକ୍ରମଣ, ୨ ମହିଳା ସଫେଇ କର୍ମଚାରୀ ଗୁରୁତର

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବାର୍‌ହା ଆକ୍ରାମଣରେ ଗୁରୁତର ଆହତ ହୋଇଛନ୍ତି ଦୁଇ ଜଣ ମହିଳା ସଫେଇ କର୍ମଚାରୀ। ସେମାନେ ହେଲେ- ରୁମାନୀ ନାୟକ ଓ ରୋହିଣୀ ନାୟକ। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି।

ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ରୁମାନୀ ଓ ରୋହିଣୀ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ରକୂଳ ରାସ୍ତା ସଫା କରୁଥିବା ସମୟରେ ହଠାତ୍ ବାର୍‌ହାଟି ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉଭୟଙ୍କ ହାତ, ଗୋଡ଼, ଆଙ୍ଗୁଠି ଓ ଜଙ୍ଘ ଆଦିରେ ଗଭୀର କ୍ଷତ ହୋଇଛି।

ଏହି ଦୁଇ ମହିଳା ସଫେଇ କର୍ମଚାରୀଙ୍କ ପାଟି ଶୁଣି କିଛି ଦୂରରେ ଥିବା ନୁଳିଆମାନେ ଦୌଡ଼ି ଆସିଥିଲେ। ଏହା ପରେ ବାର୍‌ହାଟି ସେଠାରୁ ପଳାଇ ଯାଇଥିଲା।

ବାର୍‌ହାଟି ବ୍ରହ୍ମଗିରି ଜଙ୍ଗଲରୁ ଚାଲିଆସିଥିବା କୁହାଯାଉଥିବା ବେଳେ ଏହା ସହର ଭିତରେ କେଉଁଠି ରହିଯାଇଥିବା କୁହାଯାଉଛି।

ଏହି ଘଟଣା ପରେ ମହିଳା ସଫେଇ କର୍ମଚାରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଜଣେ ମହିଳା ସଫେଇ କର୍ମଚାରୀ କହିଛନ୍ତି ଯେ ସେମାନଙ୍କୁ ରାତି ୩ଟାରୁ କାମ କରିବାକୁ କୁହାଯାଇଛି। ମାସେ ହେଲାଣି ସେମାନେ ରାତି ୩ଟାରୁ ଉଠି କାମ କରିବାକୁ ଯାଉଛନ୍ତି। ଏତେ ରାତିରୁ କାମକୁ ଯାଉଥିବାରୁ ସେମାନଙ୍କୁ ପୁଲିସ୍ ସୁରକ୍ଷା ଯୋଗାଇ ଦେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସୁରକ୍ଷା ନେଇ ଏଯାଏଁ କିଛି ବ୍ୟବସ୍ଥା କରାଗଲା ନାହିଁ। ଗରିବ ଲୋକ ହୋଇଥିବାରୁ ଓ ହାତରୁ କାମ ଚାଲିଯିବାର ଭୟ ଥିବାରୁ ବାଧ୍ୟ ହୋଇ ରାତିରେ ଉଠି କାମ କରିବାକୁ ଆସୁଛୁ ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଏହି ମହିଳା ସଫେଇ କର୍ମଚାରୀ ଜଣଙ୍କ କହିଛନ୍ତି।

The post ପୁରୀ ସମୁଦ୍ରକୂଳରେ ବାର୍‌ହା ଆକ୍ରମଣ, ୨ ମହିଳା ସଫେଇ କର୍ମଚାରୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/37CXbxQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages