ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ରାତି ପାହିଲେ ହୋଇଥାନ୍ତି ବିବାହ। ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ ତା’ ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇ ଗଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାହାଘର ପୂର୍ବ ରାତିରେ ଗୁଳି ମାଡରେ ଗୁରୁତର ହୋଇପଡ଼ିଛନ୍ତି ଯୁବକ। ଫଳରେ ବିବାହ ବେଦୀକୁ ଯିବା ପୂର୍ବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତେନ୍ଦ୍ର ବାରିକ ନାମକ ଯୁବକ।
ମିଳିଥିବା ସୂଚନା ମୁତାବକ, ଭାଲିଆଝର ଗ୍ରାମର ଜିତେନ୍ଦ୍ର ବାରିକଙ୍କର ଆଜି ବିବାହ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ଘରେ ବନ୍ଧୁବାନ୍ଧକଙ୍କ ଗହଳି ମଧ୍ୟ ବେଶ୍ ଜମିଥିଲା। ଗତ ରାତିରେ ସେ ମାଣିକପୁରସ୍ଥିତ ନିଜ ମଉସା ଘରକୁ ଯାଇଥିଲେ। ସେଠାରେ ଫୋନ୍ରେ କଥା ହେଉଥିବା ବେଳେ ଏକ ବାଇକ୍ରେ କିଛି ଯୁବକ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ। ଏହାପରେ ଜିତେନ୍ଦ୍ର ପଛକୁ ବୁଲିବାରୁ ସେମାନେ ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ଫଳରେ ଦୁର୍ବୃତ୍ତମାନଙ୍କୁ ସେ ଚିହ୍ନି ପାରି ନାହାନ୍ତି।
ଗୁଳିମାଡ ପରେ ଜିତେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଜଣାପଡି ନାହିଁ।
ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇପାରି ନାହିଁ।
The post ରାତି ପାହିଲେ ହୋଇଥାନ୍ତି ବିବାହ, ତା’ ପୂର୍ବରୁ ଫୁଟିଲା ଗୁଳି appeared first on Odisha Reporter.
from Odisha Reporter https://ift.tt/36tFNMv
No comments:
Post a Comment