ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ବେଳେ ଦିଲ୍ଲୀ ଏନସିଆରରେ ରହୁଥିବା ଲୋକଙ୍କୁ ଆର୍ଥିକ ବୋଝର ସାମ୍ନା କରିବାକୁ ପଡ଼ିଛି। କାରଣ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଖୁଚୁରା ପନିପରିବା ଦର ବୃଦ୍ଧି ହୋଇଛି। ଆନ୍ଦୋଳନ ପାଇଁ ରେଳ ଏବଂ ପରିବହନ ସେବା ପ୍ରଭାବିତ ହୋଇଛି। ତେଣୁ କୃଷିଜାତ ଦ୍ରବ୍ୟ ବଜାରକୁ ଆସିପାରୁନଥିବା ସୂଚନା ରହିଛି।
ଦିଲ୍ଲୀ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଏବେ ପରିବା ଦର ୫୦ରୁ ୧୦୦ ଟଙ୍କା ବୃଦ୍ଧି ପାଇଛି। ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀରରୁ ପରିବା ଆସିବା ବନ୍ଦ ହୋଇଯାଇଥିବାରୁ ପନିପରିବା ଏବଂ ଫଳ ଯୋଗାଣ ପ୍ରଭାବିତ ହୋଇଛି। ତେଣୁ ଦର ବୃଦ୍ଧି ହୋଇଛି।
କୃଷି ଆଇନକୁ ବିରୋଧୀ କରି ଚାଷୀଙ୍କ ଆନ୍ଦୋଳନ ଆଜି ସାତ ଦିନରେ ପହଞ୍ଚିଛି। ମଙ୍ଗଳବାର ଚାଷୀ ସଂଗଠନ ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଆଲୋଚନା ବିଫଳ ହୋଇଛି। ଏହାରି ଭିତରେ ହରିଆଣାର ଖାପ୍ ପଞ୍ଚାୟତ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିଛି।
ଖାପ୍ ପଞ୍ଚାୟତ ଦିଲ୍ଲୀ ଅଭିମୁଖେ ଆସିବ ବୋଲି ନିଷ୍ପତ୍ତି ନେବା ପରେ ହରିଆଣା ରାଜନୀତି ମଧ୍ୟ ସରଗରମ ହୋଇଛି। ହରିଆଣାର ଜିନ୍ଦରୁ ଖାପ ପଞ୍ଚାୟତ ସଦସ୍ୟ ଦିଲ୍ଲୀ ଆସୁଥିବା ସୂଚନା ରହିଛି। ଆବଶ୍ୟକ ପଡ଼ିଲେ ଖାପ୍ ପଞ୍ଚାୟତ ଖଟ୍ଟର ସରକାର ପ୍ରତି ଥିବା ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିବାକୁ ଚାପ ପକାଇବ ବୋଲି ଚେତାବନୀ ଦେଇଛି।
The post ଚାଷୀ ଆନ୍ଦୋଳନ ବେଳେ ବଢ଼ିଲା ପରିବା ଓ ଫଳ ଦାମ୍ appeared first on Odisha Reporter.
from Odisha Reporter https://ift.tt/3okVRGF
No comments:
Post a Comment