ସିଡନୀ: ବିଗ ବାଶ ଲିଗ୍ ୨୦୨୦ରେ ପର୍ଥ ସ୍କୋଚରସ ଓ ସିଡ୍ନୀ ଥଣ୍ଡର ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏହି ମ୍ୟାଚ୍ରେ ସିଡ୍ନୀର ବ୍ୟାଟସମ୍ୟାନ ଓଲିଭର ଡାଭିସ୍ ଗୋଟିଏ ହାତରେ ବିଶାଳ ଛକା ମାରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍ ବେଳେ ତାଙ୍କୁ ପର୍ଥର ଷ୍ଟାର ବୋଲର ଜାସନ ବେହେରନଡ୍ରଫ୍ ଗୋଟିଏ ଶଟ୍ ଅଫ ଲେନ୍ଥ ବଲ ପକାଇଥିଲେ। ଏହାକୁ ଅତି ଚମତ୍କାର ଢଙ୍ଗରେ ଓଲିଭର ଗୋଟିଏ ହାତରେ ସ୍କୋୟେର ଲେଗ୍ ବାଉଣ୍ଡରୀ ବାହାରକୁ ମାରି ଦେଇଥିଲେ। ଏହା ଏତେ ଦ୍ରୁତ ଗତିରେ ଯାଇଥିଲା ଯେ ବେହେରନଡ୍ରଫ୍ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ONE-HAND SIX! #BBL10 pic.twitter.com/WARsrHvWB1
— KFC Big Bash League (@BBL) December 22, 2020
କେଏଫପସି ବିଗ୍ ବାଶ ଲିଗ୍ ପକ୍ଷରୁ ଟ୍ୱିଟରରେ ଏହାର ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓଟି ପୋଷ୍ଟ ହେବାରେ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ୍ କଥା ବିଚାରକୁ ନେଲେ ପ୍ରଥମେ ବ୍ୟାଟିଂ କରିଥିବା ପର୍ଥ ମିଚେଲ ମାର୍ଶଙ୍କ ୫୭ ରନ୍ ବଳରେ ୧୫୨ ରନ୍ କରିଥିଲା। ଏହାର ଜବାବରେ ସିଡ୍ନୀ ଅଧିନାୟକ କଲମ ଫର୍ଗୁସନଙ୍କ ଅପରାଜିତ ୬୭ ଓ ଓଲିଭରଙ୍କ ୩୬ ରନ୍ ବଳରେ ମ୍ୟାଚ୍କୁ ୭ ୱିକେଟରେ ଜିତି ନେଇଛି।
The post ଗୋଟିଏ ହାତରେ ମାରିଲେ ବିଶାଳ ଛକା, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3mLwg8v
No comments:
Post a Comment