ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ କରୋନା ଟିକାକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ନେଲେ ୬ରୁ ୧୨ ମାସ ଯାଏ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇ ରହିବ। ଏହାର ଅର୍ଥ ଟିକା ନେବାର ୬ରୁ ୧୨ ମାସ ଯାଏ ଜଣେ ବ୍ୟକ୍ତି ମହାମାରୀ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ବହୁତ କମ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
ଭାରତ ବୟୋଟେକ ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନ ଟିକା ନେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ଓ ଟି-ସେଲ ଦୀର୍ଘଦିନ ଯାଏ ସକ୍ରିୟ ରହୁଛି। ଫେଜ୍-୧ରେ ଯେଉଁମାନେ ଟିକା ନେଇଥିଲେ, ସେମାନଙ୍କ ଶରୀରରେ ୩ ମାସ ଯାଏ ଆଣ୍ଟିବଡି ଡେଭଲପ ହୋଇଥିଲା। ଫେଜ୍-୨ରେ ମଧ୍ୟ କରୋନାକୁ ମାତ ଦେବା ପାଇଁ କ୍ଷମତା ଶରୀରରେ ବୃଦ୍ଧି ପାଉଥିବା ସାମ୍ନାକୁ ଆସିଛି। ଦୁଇଟି ଯାକ ପର୍ଯ୍ୟାୟର ଟ୍ରାଏଲକୁ ବିଚାରକୁ ନେଲେ, ଟିକା ନେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ୬ରୁ ୧୨ ମାସ ଯାଏ ଆଣ୍ଟିବଡି ସୁରକ୍ଷିତ ଭାବେ ରହିବ।
ଭାରତ ବାୟୋଟେକ ସହ ଆଇସିଏମଆର ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି। ଭାରତରେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଛି। ବର୍ତ୍ତମାନ ପ୍ରାୟ ୧୩ ହଜାର ଲୋକଙ୍କୁ ନେଇ ଫେଜ-୩ ଟ୍ରାଏଲ ଦେଶର ବିଭିନ୍ନ ପ୍ରାନ୍ତରେ କରାଯାଉଛି।
The post ଦେଶୀ ଟିକା ନେଲେ କେତେ ଦିନ ଯାଏ ହେବ ନି କରୋନା? appeared first on Odisha Reporter.
from Odisha Reporter https://ift.tt/3nNFL8n
No comments:
Post a Comment