ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଫ୍ୟାମିଲି ପ୍ଲାନିଂ ଅପରେସନ ଚାଲିଥିବା ବେଳେ ଚାଲିଗଲା ମହିଳାଙ୍କ ଜୀବନ। ଏହି ଘଟଣା ପ୍ରଚାରିତ ହେବା ପରେ ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଗାଁ ଲୋକେ ଏରସମା ମେଡିକାଲ ଆଗରେ ଧାରଣାରେ ବସିବା ସହ ରାସ୍ତାରୋକ କରିଛନ୍ତି। ମୄତ ମହିଳା ଜଣଙ୍କ ହେଲେ ବିନ୍ଦୁ ଲତା ରାଊତ।
ମିଳିଥିବା ସୂଚନା ଅନୁସାରେ, ନଳକଣ। ଗାଁର ବିନ୍ଦୁ ଲତା ଏରସମା ମେଡିକାଲରେ ଗତକାଲି ରାତିରେ ଫ୍ୟାମିଲି ପ୍ଲାନିଂ ଅପରେସନ କରିଥିଲେ।ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଗାଁରେ ଗତକାଲି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଏରସମା ମେଡିକାଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି।
ଉତ୍ତ୍ୟକ୍ତ ଗାଁଲୋକେ ଏରସମା ମେଡିକାଲ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ଖବର ପାଇ ଜଗତସିଂହପୁର ମେଡିକାଲର ସିଡିଏମଓ ଓ ତହସିଲଦ।ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ହେଲେ ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନ ହୋଇପାରି ନ ଥିବା ଜଣାଯାଇଛି।
The post ଫ୍ୟାମିଲି ପ୍ଲାନିଂ ଅପରେସନ ବେଳେ ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2Kjceo8
No comments:
Post a Comment