ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ପରୀଠାରୁ ଆରମ୍ଭ କରି ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ନେଇ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପ୍ରତିଶୃତି । ସାମ୍ବାଦିକ ସମ୍ମିଳନୀ କରି ସବୁର ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ।
ପରୀ ହତ୍ୟା ପ୍ରସଙ୍ଗରେ ଡି.ପୁରନ୍ଦେଶ୍ୱରୀ ବିଜେଡିକୁ ଘେରିଛନ୍ତି । ସେ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ନବୀନ ବାବୁ ଏ ବାବଦରେ ଜବାବ ଦିଅନ୍ତୁ । ପରୀ ହତ୍ୟାକାରୀଙ୍କ ବିରୋଧରେ ଉଚିତ ତଦନ୍ତ କରିବା ଉଚିତ । ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।
ବିଜେଡି-ବିଜେପି ଗୋଟିଏ ନା କଂଗ୍ରେସ-ବିଜେଡି ଗୋଟିଏ ତାହା ଏହି ମାମଲାର ତଦନ୍ତରୁ ହିଁ ଜଣାପଡୁଛି । ଗତ ୨ ବର୍ଷ ହେଲା ଓଡ଼ିଶାରୁ ୫ ହଜାର ଶିଶୁ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ କେବଳ ୪୦ ପ୍ରତିଶତ ପିଲାଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିପର୍ଯ୍ୟସ୍ତ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।
ସେ କହିଛନ୍ତି, ରାଜ୍ୟରେ ସୁଶାସନ ନୁହେଁ କୁଶାସନ ଚାଲିଛି । ଶାସକ ଦଳ ନିର୍ବାଚନ ବେଳେ ଯେଉଁସବୁ ପ୍ରତିଶୃତି ଦେଉଛି ତାହା ପାଳନ କରୁନାହିଁ । ୨୦୧୪ ନିର୍ବାଚନ ବେଳେ କଚ୍ଚାଘରକୁ ପକ୍କାଘର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ୨୦୧୯ରେ ମଧ୍ୟ ସେ ପ୍ରତିଶ୍ରୁତି ଦୋହରାଇଲା, କିନ୍ତୁ ଏଯାଏଁ ତାହା ପୂରଣ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ମଧ୍ୟ ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଗରିବ ଲୋକ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଆୟୁଷ୍ମାନ ଭାରତକୁ ନବନୀ ବାବୁ କାହିଁକି ରାଜ୍ୟରେ ଲାଗୁ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏଥିସହ କାଳିଆ ଟଙ୍କା କୁଆଡ ଗଲା ବୋଲି ମଧ୍ୟ ବିଜେପି ରାଜ୍ୟ ପ୍ରଭାରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ଠିକ ଭାବେ ଲାଗୁ କରାଯାଉନି। ରାଜ୍ୟ ସରକାର କୃଷକଙ୍କ ପାଇଁ କାଳିଆ ଯୋଜନା ଲାଗୁ କରିଥଲେ। ପିଏମ କିଷାନ ଯୋଜନାରେ ୬ ହଜାର ଓ କାଳିଆରେ ୪ ହଜାର ମିଳିବା କଥା । ମାତ୍ର କାଳଆ ଯୋଜନାରେ କୃଷକମାନେ ଆଉ ଟଙ୍କା ପାଉ ନାହାନ୍ତି। ପ୍ରଥମେ ସରକାର ୩୫ ଲକ୍ଷ ଚାଷୀ କଥା କହୁଥିଲେ, ଏବେ ୨୧ ଲକ୍ଷ କହୁଛନ୍ତି। ଅବଶିଷ୍ଟ ଚାଷୀ କୁଆଡ଼େ ଗଲେ ବୋଲି ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି।
ଅପରପକ୍ଷେ କରୋନା ଯୋଗୁଁ ବନ୍ଦ ହୋଇଥିବା ଶ୍ରୀମନ୍ଦିରକୁ ଶୀଘ୍ର ଖୋଲାଯାଉ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଦାବି କରିଛନ୍ତି। ଆଜି ପୁରୀ ଯାଇ ଶ୍ରୀମନ୍ଦିରର ପତିତପାବନ ଦର୍ଶନ କରିବା ପରେ ପୁରନ୍ଦେଶ୍ୱରୀ ଏହି ଦାବି ଉଠାଇଛନ୍ତି । ଦେଶରେ ବଡ ବଡ ମନ୍ଦିର ସବୁ ଖୋଲି ସାରିଲାଣି । ଶ୍ରୀମନ୍ଦିର ନଖୋଲିବା ଲୋକଙ୍କ ଧାର୍ମିକ ଭାବନା ସହ ଖୋଲିବା ସମାନ ବୋଲି ସେ କହିଛନ୍ତି ।
The post ‘ପରୀ ହତ୍ୟାକାରୀକୁ ଘଣ୍ଟ ଘୋଡ଼ାଉଛନ୍ତି ମନ୍ତ୍ରୀ, ଜବାବ ଦିଅନ୍ତୁ ନବୀନ ବାବୁ’ appeared first on Odisha Reporter.
from Odisha Reporter https://ift.tt/2W9zOGS
No comments:
Post a Comment