ତିନି ଦଶନ୍ଧି ପରେ ଭାରତ ପାଖରୁ ଚାଉଳ ନେଲା ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

ତିନି ଦଶନ୍ଧି ପରେ ଭାରତ ପାଖରୁ ଚାଉଳ ନେଲା ଚାଇନା

ନୂଆଦିଲ୍ଲୀ: ତିନି ଦଶନ୍ଧି ପରେ ଚାଇନା ଭାରତ ପାଖରୁ ଚାଉଳ ଆମଦାନୀ କରିଛି। ଚାଉଳର ମାନ ଖରାପ କହି ଭାରତ ପାଖରୁ ଚାଇନା ଚାଉଳ ନେଉନଥିଲା। ହେଲେ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବା ସତ୍ତ୍ୱେ ଭୋକ ମେଣ୍ଟାଇବା ପାଇଁ ଭାରତର ଚାଉଳ ଉପରେ ଭରସା କରିଛି ଡ୍ରାଗନ।

ଥାଇଲ୍ୟାଣ୍ଡ, ମିଆଁମାର, ଭିଏତନାମ, ପାକିସ୍ତାନ ପାଖରୁ ଚାଇନା ଚାଉଳ ଆମଦାନୀ କରୁଥିଲା। ହେଲେ ଏହି ତିନି ଦେଶ ଅଳ୍ପ ଡିସକାଉଣ୍ଟରେ ଚାଇନାକୁ ଚାଉଳ ରପ୍ତାନୀ କରୁଥିଲେ। ଏଥିସହ ଚାଇନାର ଚାହିଦା ମୁତାବିକ ଦେଉନଥିଲେ। ତେଣୁ ଚାଇନା ଏହି ଦୁଇଟି ଦିଗକୁ ବିଚାର କରି ନିଜ ନିଷ୍ପତ୍ତିରେ ୟୁ ଟର୍ଣ୍ଣ ନେଇଛି। ଆଉ ଭାରତ ପାଖରୁ ଚାଉଳ ନେବାକୁ ରାଜି ହୋଇଛି। କେନ୍ଦ୍ର ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ଭାରତ ବିଶ୍ୱର ସବୁଠାରୁ ଅଧିକ ଚାଉଳ ରପ୍ତାନୀ କରୁଥିବା ଦେଶ। ଆଉ ଚାଇନା ହେଉଛି ସବୁଠାରୁ ଅଧିକ ଚାଉଳ ଆମଦାନୀ କରୁଥିବା ଦେଶ। ବେଜିଂ ପ୍ରତିବର୍ଷ ୪ ମିଲିଅନ୍ ଟନ୍ ଚାଉଳ ଆମଦାନୀ କରିଥାଏ।

ଯଦି ଚାଉଳର ଗୁଣବତ୍ତା ବେଜିଂକୁ ଭଲ ଲାଗିବ ତାହେଲେ ଆଗାମୀ ବର୍ଷ ପାଖରୁ ଆମଦାନୀ ପରିମାଣ ଅଧିକ ହୋଇପାରେ ବୋଲି ଦେଶର ରପ୍ତାନୀ ସଂଘର ସଭାପତି ବି.ଭି କ୍ରିଷ୍ଣା ରାଓ କହିଛନ୍ତି।

ଏବେ ୧ ଲକ୍ଷ ଟନ୍ ଚାଉଳ ନେବାକୁ ରାଜି ହୋଇଛି। ଡିସେମ୍ୱରରୁ ଫେବୃଆରୀ ମଧ୍ୟରେ ଏହି ଚାଉଳ ରପ୍ତାନୀ କରିବ ଭାରତ। ଟନ୍ ପିଛା ଦାମ୍ ୩୦୦ ଡଲାର ରଖିଛି ଭାରତ। ହେଲେ ଚାଇନା ପୂର୍ବରୁ ଚାଉଳ ଆମଦାନୀ କରୁଥିବା ଦେଶ ପ୍ରତି ଟନ୍ ପିଛା ୩୦ ଡଲାରରେ କିଣୁଥିଲା ବୋଲି ଭାରତୀୟ ଚାଉଳ ବ୍ୟବସାୟୀ ସଂଘ କହିଛି।

ସୂଚନାଯୋଗ୍ୟ, ଜୁନ୍ ୧୪-୧୫ରେ ଗୁଲଓ୍ୱାନ ଉପତ୍ୟକାରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ତେଜିଛି। ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରରେ ଯଦିଓ ଆଲୋଚନା ଚାଲିଛି ହେଲେ ସ୍ଥିତିରେ ସ୍ୱାଭାବିକ୍ ଆସିନି। ନିକଟରେ ଭାରତ ସରକାର ଚାଇନାର ଅନେକ ଆପ୍ସ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ଅନେକ କମ୍ପାନୀ ଚାଇନା ଛାଡ଼ି ଭାରତ ମୁହାଁ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ବିବାଦ ରହିଛି। ଏହାସତ୍ତ୍ୱେ ବିବାଦ ମଧ୍ୟରେ ଭାରତ ପାଖରୁ ଚାଉଳ ନେବାକୁ ରାଜି ହୋଇଛି ବେଜିଂ।

The post ତିନି ଦଶନ୍ଧି ପରେ ଭାରତ ପାଖରୁ ଚାଉଳ ନେଲା ଚାଇନା appeared first on Odisha Reporter.



from Odisha Reporter https://ift.tt/3odqE7W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages