ବର୍ଷକରେ ୨୩ ସନ୍ତାନର ପିତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

ବର୍ଷକରେ ୨୩ ସନ୍ତାନର ପିତା !

ମେଲବର୍ଣ୍ଣ: ସାଧାରଣତଃ ଜଣେ ବ୍ୟକ୍ତି ଏକ ବର୍ଷ ମଧ୍ୟରେ ଗୋଟିଏ କିମ୍ବା ୨ଟି ସନ୍ତାନର ପିତା ହୋଇପାରିଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସବୁ ରେକର୍ଡକୁ ଭାଙ୍ଗି ଦେଇଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏହି ବ୍ୟକ୍ତିଜଣକ ବର୍ଷେ ମଧ୍ୟରେ ୨୩ ସନ୍ତାନଙ୍କ ବାପା ହୋଇପାରିଛନ୍ତି।

ଅଷ୍ଟ୍ରଲିଆର ବ୍ରିସବେନରେ ରହୁଥିବା ଏହି ୪୦ ବର୍ଷୀୟ ଯୁବକ ପ୍ରଥମେ ପ୍ରଥମେ ଉତ୍ସୁକତା ତଥା ସଉକ ହେତୁ ସ୍ପର୍ମ ଡୋନେଟ କରୁଥିଲେ। କିନ୍ତୁ ପରେ ଏହାକୁ ସେ ଫୁଲ୍‌ ଟାଇମ୍‌ ଜବ୍‌ କରିଦେଲେ। କେତେକ ଫର୍ଟିଲିଟି କ୍ଲିନିକଙ୍କ ଅଭିଯୋଗ ପରେ ଏହି ଯୁବକଙ୍କୁ  ପୁଲିସ୍‌  ପଚରାଉଚରା କରିବା ସହ ଏହାର ତଦନ୍ତ ଆରମ୍ଭ କରି ଦେଇଛି।

ଯୁବକଜଣକ ବିବାହ କରି ସାରିଥିବା ବେଳେ ସେ ୨ ସନ୍ତାନଙ୍କ ପିତା। କିନ୍ତୁ ସ୍ପର୍ମ ଡୋନେଟ କରି ସେ ବର୍ଷକରେ ୨୩ ସନ୍ତାନର ବାପା ହୋଇପାରିଛନ୍ତି। ହେଲଦି ସ୍ପର୍ମ ଯୋଗୁ ମହିଳାମାନେ ତାଙ୍କୁ ଅଧିକ ପସନ୍ଦ କରୁଥିବା ପୁଲିସ୍‌କୁ କହିଛନ୍ତି ଯୁବକ । ସେ ତାଲିକାଭୁକ୍ତ ହୋଇଥିବା ଫର୍ଟିଲିଟି ସେଣ୍ଟରରେ ମଧ୍ୟ ସ୍ପର୍ମ ଡୋନେଟ କରିଥାନ୍ତି।

ଅଷ୍ଟ୍ରଲିଆରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଅତି ବେଶିରେ ୧୦ଟି ଫ୍ୟାମିଲି ସୃଷ୍ଟି କରିପାରିବେ। କିନ୍ତୁ ମହିଳାଙ୍କୁ ମନା କରିବା ତାଙ୍କ ପକ୍ଷେ କଷ୍ଟକର ବୋଲି କହିଛନ୍ତି ଯୁବକ। ଏଥିନିମନ୍ତେ  ସେ ଦିନକରେ ୩ ମହିଳାଙ୍କୁ ମଧ୍ୟ ସ୍ପର୍ମ ଡୋନେଟ କରିଥିବା କଥା ସ୍ୱୀକାର କରିଛନ୍ତି।

କିନ୍ତୁ ଯୁବକଜଣକ କେତେ ବର୍ଷ ହେଲା ଏପରି ସ୍ପର୍ମ ଡୋନେଟ କରୁଛନ୍ତି ଓ ସେ ସମୁଦାୟ କେତେ ପିଲାଙ୍କ ବାପା ହୋଇ ସାରିଲେଣି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

The post ବର୍ଷକରେ ୨୩ ସନ୍ତାନର ପିତା ! appeared first on Odisha Reporter.



from Odisha Reporter https://ift.tt/33D3hgd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages