ସୁଅ ମୁହଁରେ ସେଲଫି ନେବା ବେଳେ ଭାସିଗଲେ ଯୁବତୀ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ସୁଅ ମୁହଁରେ ସେଲଫି ନେବା ବେଳେ ଭାସିଗଲେ ଯୁବତୀ, ଭିଡିଓ ଭାଇରାଲ

ସୁନ୍ଦରଗଡ଼(ବିଜୟ ବରୁଆଁ): ସୁଅ ମୁହଁରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ  ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଗତ ୩ ତାରିଖରେ ଏପରି ଘଟଣା ଘଟିଥିବା ବେଳେ  ମୃତା ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା । ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ନୂଆ ବର୍ଷ ପାଳନ ନିମନ୍ତେ ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ଗତ ୩ ତାରିଖରେ  ବାଲିଶଙ୍କରା ବ୍ଲକ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ। ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା  ଇବ ନଦୀର ସୁଅ ମୁହଁରେ ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ । ଉକ୍ତ ସମୟରେ  ଜଣେ ଯୁବକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ  ଖସି ପଡ଼ିଥିଲେ ।

ସଂପୃକ୍ତ ଯୁବକଙ୍କ ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡ଼ି ଯାଇଥିଲେ । ଦୀର୍ଘ ୨୨ ଘଣ୍ଟାର ସର୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସୂଚନାଯୋଗ୍ୟ, ନିରୂପମାଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା  ମେ’ ମାସରେ ତାଙ୍କ ବିବାହ ହୋଇଥାନ୍ତା। ହେଲେ ତା ପୂର୍ବରୁ ତାଙ୍କ ଜୀବନ ଦୀପ ଲିଭିଗଲା।

The post ସୁଅ ମୁହଁରେ ସେଲଫି ନେବା ବେଳେ ଭାସିଗଲେ ଯୁବତୀ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/2XtvN0r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages