ଇତିହାସ ରଚିଲେ ଏୟାର ଇଣ୍ଡିଆର ୪ ମହିଳା ପାଇଲଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଇତିହାସ ରଚିଲେ ଏୟାର ଇଣ୍ଡିଆର ୪ ମହିଳା ପାଇଲଟ

ବେଙ୍ଗାଳୁରୁ: ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ। ବିଶ୍ବର ସବୁଠାରୁ ଲମ୍ବା ଉଡାଣ ପୂରଣ କରିଛନ୍ତି ଏୟାର ଇଣ୍ଡିଆର ୪ ମହିଳା ପାଇଲଟ। ୧୬ ହଜାର କିଲୋମିଟରର ଦୀର୍ଘତମ ଉଡ଼ାଣ କରି ବେଙ୍ଗଳୁରୁର କାମ୍ପେଗୌଡ଼ା ବିମାନବନ୍ଦରରେ ଅବତରଣ କରିଛନ୍ତି। ଆମେରିକାର ସାନଫ୍ରାନ୍ସିସ୍‌ସ୍କୋରୁ ଉତ୍ତର ମେରୁ ଉପରେ ବିମାନ ଉଡ଼ାଇ ବେଙ୍ଗଳୁରୁରେ ପହଞ୍ଚିଛନ୍ତି ।

ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ପୁରା ବିଶ୍ବକୁ ନିଜ ଦମ୍‌ ଦେଖାଇଛନ୍ତି ଏହି ୪ ମହିଳା ପାଇଲଟ୍ । ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଏହାସହ ଏହି ୪ ମହିଳା ପାଇଲଟ୍ ଏୟାର ଇଣ୍ଡିଆ ପକ୍ଷରୁ ସାନ ସାନଫ୍ରାନ୍ସିସ୍‌ସ୍କୋରୁ ବେଙ୍ଗଳୁରୁ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛନ୍ତି ।

ଖାଲି ଉତ୍ତର ମେରୁ ଉପରେ ବିମାନ ଉଡ଼ାଯାଇନି, ବରଂ ମହିଳା ପାଇଲଟ୍ ସଫଳତାର ସହ ଦୀର୍ଘତମ ଯାତ୍ରା କରିପାରିଛନ୍ତି ବୋଲି କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲ କହିଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ବୋଲି ଅନ୍ୟତମ ପାଇଲଟ ଶିବାନୀ ମନହସ କହିଛନ୍ତି। ସୂଚନାଯୋଗ୍ୟ ଯେ, କ୍ୟାପ୍ଟେନ୍‌ ଜୋୟା ଅଗ୍ରୱାଲ ଏହି ଉଡାଣର ନେତୃତ୍ବ ନେଇଥିଲେ। ଏହି ଦୀର୍ଘତମ ଯାତ୍ରା ପୂରଣ କରିବା ପାଇଁ ଏମାନଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା। ଏହି ଯାତ୍ରାକୁ ପୂରଣ କରି ପାଇଲଟମାନେ ୧୦ଟନ୍‌ ବିମାନ ଇନ୍ଧନ ମଧ୍ୟ ବଞ୍ଚାଇଛନ୍ତି।


ଏହି ଐତିହାସିକ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଟୁଇଟି କରି ସମସ୍ତ ମହିଳା ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛି। ସମସ୍ତ ମହିଳା ପାଇଲଟଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଥିବା ଏୟାର ଇଣ୍ଡିଆ କହିଛି । ଯେଉଁମାନେ ଏହି ଐତିହାସିକ ଯାତ୍ରାର ଭାଗିଦାରୀ ଥିଲେ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛି ।


ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଟୁଇଟ କରି ଏୟାର ଇଣ୍ଡିଆର ଇତିହାସ ରଚିଥିବା ଏହି ୪ ମହିଳା ପଇଲଟଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ସେ କହିଛନ୍ତି, ସାନ୍‌ଫ୍ରାନ୍ସିସ୍କୋରୁ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଏହି ଐତିହାସିକ ଯାତ୍ରା କରି ମହିଳା ପାଇଟଲମାନେ ବନ୍ଦେ ଭାରତ ମିଶନକୁ ଆହୁରି ବିଶେଷ କରିଦେଇଛନ୍ତି । ଏହି ମିଶନ ବର୍ତ୍ତମାନ ଯାଏ ୪୫.୫ ଲକ୍ଷରୁ ଅଧିକ ଲୋକଙ୍କ ସୁବିଧା ଯୋଗାଇଛି ।

The post ଇତିହାସ ରଚିଲେ ଏୟାର ଇଣ୍ଡିଆର ୪ ମହିଳା ପାଇଲଟ appeared first on Odisha Reporter.



from Odisha Reporter https://ift.tt/3qezFyV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages