କଲେଜ ଫି ଭରିବାକୁ ମାଟିକାମ କଲେ ଗରୀବ ଇଂଜିନିଅରିଂ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

କଲେଜ ଫି ଭରିବାକୁ ମାଟିକାମ କଲେ ଗରୀବ ଇଂଜିନିଅରିଂ ଛାତ୍ରୀ

ପିପିଲି( ଦ୍ୱିତିକୃଷ୍ଣ ପଟ୍ଟନାୟକ): ଦାରିଦ୍ର୍ୟ ଦୂର କରିବାକୁ ଶତଚେଷ୍ଟା ଫେଲ୍‌ ମାରୁଛି। ପରିବାର ଉପରୁ ହଟୁନି ଗରୀବିର କଳା ବାଦଲ। ନିଜେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କଲେ ବି ସାଥ ଦେଉନି ଭାଗ୍ୟ। ଏପରି ସ୍ଥିତିରେ ପ୍ରାୟ ବର୍ଷେ ହେବ ୨୪ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ଡିପ୍ଲୋମା ସାର୍ଟିଫିକେଟ। ନିଜ  ସାର୍ଟିଫିକେଟ ମୁକୁଳାଇବାକୁ ଶେଷରେ  ଲୁହାର କଡ଼େଇ ମୁଣ୍ଡେଇ ମାଟି କାମ କରୁଛନ୍ତି  ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ। କିନ୍ତୁ ଭାଙ୍ଗି ପଡ଼ି ନାହାନ୍ତି କି ଆଶା ବି ଛାଡ଼ି ନାହାନ୍ତି। ଦିନେ ଏପରି ସମସ୍ୟା ଟଳିଯିବ ବୋଲି ମନରେ ଦମ୍ଭ ଥିବା ବେଳେ ବି.ଟେକ କରିବାର ଆଶା ବି ମନରେ ଉଙ୍କି ମାରୁଛି। ଏପରି ଘଟଣା କୌଣସି ଅପହଞ୍ଚ ଇଲାକାରେ ନୁହେଁ, ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ପୁରୀ ଜିଲ୍ଲାରେ ହୋଇଛି।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଗୋରଡିପିଢ଼ ଗାଁର ରୋଜି ବେହେରା ନାମ୍ନୀ ଯୁବତୀ ୫ ଭଉଣୀଙ୍କ ମଧ୍ୟରେ ବଡ଼। ଘରେ ପୁଅ ନ ଥିବା ବେଳେ ବାପା ଲୋକନାଥ ବେହେରାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହେଁ। ବାପା ଭୂମିହୀନ ହୋଇଥିବା ବେଳେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ଏବେ ମୁଣ୍ଡ ଗୁଞ୍ଜିଥିବା ଘର ମଧ୍ୟ ନିଜର ନୁହେଁ।

ଏହା ସତ୍ତ୍ୱେ ବାପାଙ୍କ ନିକଟରେ ପୁଅ ପରି ଛିଡ଼ା ହେବାକୁ ତାଙ୍କ କଷ୍ଟ ଲାଘବ କରିବାକୁ ଆର୍ଥିକ ଅନଟନ ଭିତରେ ବି ଖୋର୍ଦ୍ଧାର ଏକ କଲେଜରେ ଡିପ୍ଲୋମା ଆଡମିଶନ କରିଥିଲେ ରୋଜି। ଏହାପରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଗତ ବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଦେଇଥିଲେ। ହେଲେ ଅନ୍ୟ ପିଲାମାନେ ସାର୍ଟିଫିକେଟ ପାଇସାରିଥିବା ବେଳେ ରୋଜି କିନ୍ତୁ ଅନିଶ୍ଚିତତା ଭିତରେ ରହିଛନ୍ତି ।

କଲେଜରେ ବାକି ଥିବା ୪୪ ହଜାର ମଧ୍ୟରୁ ତାଙ୍କ ବାପା ମୂଲ ଲାଗି ୨୦ ହଜାର ଟଙ୍କା ଦେଇ ସାରିଥିବା ବେଳେ ବାକି ରହିଛି ଆହୁରି ୨୪ ହଜାର ଟଙ୍କା। ବହୁ କାକୁତି ମୀନତି ସତ୍ତ୍ୱେ ସବୁ ଟଙ୍କା ପଇଠ ନ କରିବା ପର୍ଯ୍ୟନ୍ତ ସାର୍ଟିଫିକେଟ ଦିଆଯାଇପାରିବ ନାହିଁ ବୋଲି ବି ଚରମବାଣୀ ଶୁଣାଇ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ।

ଶେଷରେ ଏହି ଟଙ୍କା ଶୁଝି ନିଜ ସାର୍ଟିଫିକେଟ ମୁକୁଳାଇବାକୁ ୨୦ ଦିନ ହେଲା ହାତରେ ଲୁହାର କରେଇ ମୁଣ୍ଡରେ ଠେକା ନିଜ ୨ ଭଉଣୀଙ୍କ ସହ ଏନଜିଆରଇଜିଏସ୍‌ କାମ କରୁଛନ୍ତି ରୋଜି। ଜବ କାର୍ଡ଼ ମାଧ୍ୟମରେ ସାମିଲ ହୋଇ ମାଟି କାମ କରୁଥିବା ବେଳେ ଏଯାଏ କିନ୍ତୁ କୌଣସି ପାରିଶ୍ରମିକ ପାଇପାରି ନାହାନ୍ତି ଏମଜିଏନଆରଇଜିଏସ୍‌ ସ୍କିମ୍‌ରେ ପ୍ରତି ସପ୍ତାହରେ ଟଙ୍କା ମିଳୁଥିବାର ବେଳେ ରୋଜିଙ୍କୁ କ’ଣ ପାଇଁ ଟଙ୍କା ମିଳିନି ତାହା ଆଜି ଯାଏ ଜଣାପଡ଼ିନି।

ଏନେଇ ରୋଜି କହିଛନ୍ତି,  ୨୦୧୯ ମସିହାରେ ଖୋର୍ଦ୍ଧା ଜିଲ୍ଲାର ଏକ କଲେଜରୁ ଇଞ୍ଜିନିୟରିଂ ପାସ୍‌ କରିଥିଲି। ହେଲେ  ୪୪ ହଜାର ଟଙ୍କା ବାକି ଥିବାରୁ ସାଟିଫିକେଟ ଦେଲେନି କଲେଜ କର୍ତ୍ତୃପକ୍ଷ। ଦିନ ମଜୁରି ଲାଗି ବାପା ୨୦ ହଜାର ଟଙ୍କା ଯୋଗାଡ଼ କରିପାରିଥିବା ବେଳେ ଅବଶିଷ୍ଟ ଟଙ୍କା ଯୋଗାଡ଼ କରିବାକୁ ଶେଷରେ ଏପରି ରାସ୍ତାକୁ ବାଛି ନେଇଛି। ଘରେ ବର୍ଷେରୁ ଅଧିକ ସମୟ ବସିବା ପରେ ଟଙ୍କା ଯୋଗାଡ଼ ପାଇଁ ଘରୁ ବାହାରିଲି।  ଅତିକମ୍‌ରେ ୩ ମାସ କାମ କଲେ ଟଙ୍କା ଯୋଗାଡ଼ କରି ସାଟିଫିକେଟ ମୁକୁଳାଇ ପାରିବି ବୋଲି ଆଶା ରଖିଛି। ଏହାପରେ ନିଜ ଗୋଡ଼ରେ ଛିଡ଼ା ହେବା ସହ ବି.ଟେକ କରିବାକୁ ମଧ୍ୟ ପଣ କରିଛନ୍ତି ରୋଜି।

ଏନେଇ ସେ କୌଣସି ସରକାରୀ ସାହାଯ୍ୟ ମାଗି ନ ଥିବା ବେଳେ କଲେଜ ନାଁ ମଧ୍ୟ ପ୍ରକାଶ କରିବାକୁ ମନା କରିଛନ୍ତି। ଏ ସମ୍ପର୍କରେ ଡେଲାଙ୍ଗ ବିଡିଓ କ୍ଷିରୋଦ ପ୍ରଧାନ କହିଛନ୍ତି, ଏହି ଘଟଣାର ତଦନ୍ତ କରି ଆବଶ୍ୟକ ମୁତାବକ ସାହାଯ୍ୟ କରିବେ।

The post କଲେଜ ଫି ଭରିବାକୁ ମାଟିକାମ କଲେ ଗରୀବ ଇଂଜିନିଅରିଂ ଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/39d1IsE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages