ରସିକିଆ ଚାଷୀ, ୬୩ ବର୍ଷରେ ଖୋଜୁଛନ୍ତି ସପ୍ତମ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

ରସିକିଆ ଚାଷୀ, ୬୩ ବର୍ଷରେ ଖୋଜୁଛନ୍ତି ସପ୍ତମ ସ୍ତ୍ରୀ

ସୁରତ: ବୟସ ୬୩। ଆଉ ଏହି ବୟସରେ ବି ରସିକିଆ ଗୁଣ ଯାଇନାହିଁ। ଆମେ କହୁଛୁ ଗୁଜରାଟ ସୁରତ ଜିଲ୍ଲାର କାପଥେଲା ଗ୍ରାମର ୬୩ ବର୍ଷୀୟ ଚାଷୀ ଆୟୁବ ଦେଗିୟାଙ୍କ କଥା। ଏହି ବୟସରେ ସେ ୬ଜଣଙ୍କୁ ବିବାହ କରିସାରିଥିବା ବେଳେ ଏବେ ସେ ସପ୍ତମ ସ୍ତ୍ରୀ ସନ୍ଧାନରେ ଅଛନ୍ତି। ଆୟୁବଙ୍କର ହୃଦଘାତ, ଡାଇବେଟିସ୍ ଏବଂ ଅନ୍ୟାନ୍ୟ ରୋଗ ରହିଛି। କିନ୍ତୁ ଏସବୁ ରୋଗରେ ଆକ୍ରାନ୍ତ ସତ୍ତ୍ବେ ଆୟୁବଙ୍କ ରାତ୍ର କେବେବି ଖରାପ ହୁଏ ନାହିଁ। କାରଣ ସବୁ ରାତି ପାଇଁ ତାଙ୍କ ପାଖରେ ଥାନ୍ତି ମହିଳା। ଆୟୁବଙ୍କର ଏକାଧିକ ରୋଗ ସମ୍ବନ୍ଧରେ ଜାଣିବା ପରେ ତାଙ୍କର ଷଷ୍ଠ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏବେ ଏହି ଚାଷୀ ଜଣକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଯେ ତାଙ୍କୁ ସପ୍ତମ ସ୍ତ୍ରୀ ମିଳିବ କି ନାହିଁ।

ଗତବର୍ଷ ସେପ୍ଟେମ୍ବରରେ ଯେତେବେଳେ କରୋନାଭାଇରସ୍ ଯୋଗୁ ଲକଡାଉନ୍ ଥିଲା, ସେହି ସମୟରେ ଆୟୁବ ଷଷ୍ଠ ବିବାହ କରିଥିଲେ। କିନ୍ତୁ ଷଷ୍ଠ ପତ୍ନୀ ତାଙ୍କ ସହ ଶୋଇବାକୁ ମନା କରିନଥିଲେ। ଯାହା ଫଳରେ ଡିସେମ୍ବର ମାସରେ ଆୟୁବଙ୍କ ଷଷ୍ଠ ସ୍ତ୍ରୀ ତାଙ୍କୁ ଛାଡ଼ି ପଳାଇଥିଲେ। ଆୟୁବଙ୍କର ଷଷ୍ଠ ପତ୍ନୀଙ୍କ ବୟସ ହେଉଛି ୪୨।

ଆୟୁବ କହିଛନ୍ତି, ମୋର ଷଷ୍ଠ ସ୍ତ୍ରୀ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ସେ ସବୁବେଳେ ଇନଫେକସନ୍ କଥା କହୁଥିଲେ। ମୋର ହୃଦଘାତ, ଡାଇବେଟିସ୍ ଏବଂ ଆଉକିଛି ରୋଗ ରହିଛି। ତେଣୁ ମୋର ଷଷ୍ଠ ସ୍ତ୍ରୀ ମୋ ସହ ଶାରୀରିକ ସମ୍ପର୍କ ରଖିଲେ କାଳେ ତାଙ୍କୁ ଇନଫେକ୍ସନ୍ ହେବ, ସେଥିପାଇଁ ସେ ମୋତେ ଛାଡ଼ି ଚାଲିଗଲେ। ଏବେ ମୁଁ ଏମିତି ଜଣେ ସ୍ତ୍ରୀ ଚାହୁଁଛି, ଯିଏ ମୋର ସବୁ ଭଲମନ୍ଦ ବୁଝିପାରୁଥିବ।

ଆୟୁବଙ୍କର ପ୍ରଥମ ସ୍ତ୍ରୀ ଏବେବି ବଞ୍ଚିଛନ୍ତି ଏବଂ ସେ ସେହି ଗାଁରେ ୫ ପୁଅ-ଝିଅଙ୍କ ସହ ରହୁଛନ୍ତି। ତାଙ୍କ ପିଲାମାନଙ୍କର ବୟସ ୨୦ରୁ ୩୫ ବର୍ଷ ଭିତରେ ହେବ। ଆୟୁବ ନିକଟରେ ଯାହାଙ୍କୁ ବିବାହ କରିଥିଲେ ସେ ରନ୍ଦରରେ ରୁହନ୍ତି। ବିବାହର କିଛି ଦିନ ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ଆୟୁବଙ୍କର ପୂର୍ବରୁ ୫ଟି ପତ୍ନୀ ଅଛନ୍ତି ଏବଂ ସେ ତାଙ୍କର ଷଷ୍ଠ ପତ୍ନୀ। ଏହାକୁ ନେଇ ମହିଳା ଜଣକ ଗତ ସପ୍ତାହରେ ମହିଳା ପୁଲିସ୍ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।

ଅଭିଯୁକ୍ତ ଆୟୁବଙ୍କ ଉପରେ ଆଇପିସି ଧାରା ୪୯୮-A (ବିବାହ ପରେ ମହିଳାଙ୍କୁ ନିର୍ଯାତନା) ଲଗାଯାଇଛି। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କୁ ଅନ୍ଧକାରରେ ରଖାଯାଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଏବେ ଆୟୁବ ଆଉଜଣେ ମହିଳାଙ୍କ ସହ ରହୁଛନ୍ତି। ମହିଳା ଜଣକ ଆହୁରି ଅଭିଯୋଗ ଆଣିଛନ୍ତି ଯେ ଆୟୁବ କିଛି ମାସ ପର୍ଯ୍ୟନ୍ତ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି ଏବଂ ପରୋ ପୁଣି ତାଙ୍କୁ ଛାଡ଼ି ଦିଅନ୍ତି। ଏହି କ୍ରମ ଏବେବି ଜାରି ରହିଛି।

The post ରସିକିଆ ଚାଷୀ, ୬୩ ବର୍ଷରେ ଖୋଜୁଛନ୍ତି ସପ୍ତମ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3iK2WyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages