୧୦୦ରୁ ଅଧିକ ଋଣ ପ୍ରଦାଦକାରୀ ଆପ୍‌କୁ ହଟାଇଲା ଗୁଗଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

୧୦୦ରୁ ଅଧିକ ଋଣ ପ୍ରଦାଦକାରୀ ଆପ୍‌କୁ ହଟାଇଲା ଗୁଗଲ

ନୂଆଦିଲ୍ଲୀ: ଅନଲାଇନରେ ଲୋକଙ୍କୁ ପ୍ରଥମେ ଋଣ ଓ ପରେ ସେମାନଙ୍କୁ ହଇରାଣ କରୁଥିବା ୧୦୦ରୁ ଅଧିକ ଆପ୍‌କୁ ଆଜି ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଆପ୍‌ ଜରିଆରେ ଋଣ ପ୍ରଦାନ କରି ଲୋକଙ୍କୁ ଠକୁ ଥିବା ସଂସ୍ଥାଗୁଡ଼ିକ ବିରୋଧରେ ଏକାଧିକ ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ତଦନ୍ତକାରୀ ସଂସ୍ଥା ଏଗୁଡ଼ିକର ଯାଞ୍ଚ କରିଥିଲା। ଏହାପରେ ତଦନ୍ତକାରୀ ସଂସ୍ଥା ଲୋକଙ୍କୁ ଠକୁ ଥିବା ଆପ୍‌ଗୁଡ଼ିକୁ ତୁରନ୍ତ ହଟାଇବାକୁ ଗୁଗଲକୁ ଚିଠି ଲେଖିଥିଲା। ଏବେ ଗୁଗଲ ଏଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ଗୁଗଲ ପକ୍ଷରୁ କେତେ ସଂଖ୍ୟକ ଆପ୍‌ ଓ ସେଗୁଡ଼ିକ ନାଁ କ’ଣ, ସେ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। କିନ୍ତୁ ଫିନଟେଚ୍‌ ବିଶେଷଜ୍ଞ ଶ୍ରୀକାନ୍ତ ଏଲ କହିଛନ୍ତି, ବିଗତ ୧୦ ଦିନ ମଧ୍ୟରେ ଗୁଗଲ ପ୍ରାୟ ୧୧୮ଟି ଋଣ ପ୍ରଦାନକାରୀ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ଗୁଗଲ କହିଛି ଯେ ପ୍ଲେ ଷ୍ଟୋରରୁ ବାଦ୍‌ ପଡ଼ିଥିବା ଆପ୍‌ ଗୁଡ଼ିକ ଆମ ଦ୍ୱାରା ଜାରି ସୁରକ୍ଷା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ଉଲ୍ଲଙ୍ଘନ କରୁଥିଲେ। ଏଥିପାଇଁ ଏଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

ନିକଟରେ ତେଲେଙ୍ଗାନା ପୁଲିସ୍‌ ଅନଲାଇନ ଆପ୍‌ ଜରିଆରେ ହେଉଥିବା ଋଣ ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା। ବିଭିନ୍ନ କମ୍ପାନୀ ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ପ୍ରଥମେ ଋଣ ଦେଉଥିଲେ। ହେଲେ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଉଥିଲା।

ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍‌ ଦ୍ୱାରା ଋଣ ନେଇଥିଲେ। ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ। ଏହି ଖବର ପରେ ତେଲେଙ୍ଗାନା ପୁଲିସ୍‌ ଆକ୍ସନ ମୋଡକୁ ଚାଲି ଆସିଥିଲା। ପୁଲିସ ହାଇଦ୍ରାବାଦ ସମେତ ହରିଆଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ରେଡ୍‌ କରି ୧୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ସାଇବରବାଦ ପୁଲିସ୍‌ ଆଉ ଏକ ତଦନ୍ତ କରି ୭ ଜଣଙ୍କୁ ବାନ୍ଧିଥିଲା।

ଏମାନଙ୍କ ମଧ୍ୟରେ ଆମେରିକାରୁ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିବା ୩୨ ବର୍ଷୀୟ ଶରତ ଚନ୍ଦ୍ରା ରହିଥିଲା। ସେ  Onion Credit Pvt Ltd and Cred Fox Technologies ଦ୍ୱାରା ଋଣ କାରବାର ଚଳାଇଥିଲା। ଏହା ୨୦୧୮-୨୦୧୯ରୁ କାର୍ଯ୍ୟ କରିବା ଆରମ୍ଭ କରିଛି। ଖାଲି ସେତିକି ନୁହେଁ, ସେ ଋଣ ପ୍ରଦାନକାରୀ ଆପ୍‌ ତିଆରି କରି ଏହାକୁ ବେଙ୍ଗାଲୁରୁ କମ୍ପାନୀକୁ ମଧ୍ୟ ବିକ୍ରି କରିଥିଲା।

The post ୧୦୦ରୁ ଅଧିକ ଋଣ ପ୍ରଦାଦକାରୀ ଆପ୍‌କୁ ହଟାଇଲା ଗୁଗଲ appeared first on Odisha Reporter.



from Odisha Reporter https://ift.tt/3ifOiit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages