ବ୍ରିସବେନ: ଦରକାର ବେଳେ ଅଫ ସ୍ପିନ ବୋଲିଂ କରୁଥିବା ରୋହିତ ଶର୍ମା ଆଜି ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ସମସ୍ତଙ୍କୁ ଜଳକା କରି ଦେଇଛନ୍ତି। ସେ ସ୍ପିନ ବଦଳରେ ମିଡିୟମ ପେସ୍ରେ ବୋଲିଂ କରିଛନ୍ତି। ତେବେ ସେ ପୂରା ଓଭର ନୁହେଁ, ମାତ୍ର ଗୋଟିଏ ବଲ ପକାଇ ରୋହିତ ନିଜର ସ୍ପେଲ ଶେଷ କରିଛନ୍ତି। ରୋହିତ ମିଡିୟମ ପେସ୍ରେ ବୋଲିଂ କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଅଷ୍ଟ୍ରେଲିଆ ଇନିଂସ୍ର ୩୬ତମ ଓଭର ନଭଦୀପ ସୈନି ବୋଲିଂ କରୁଥିଲେ। ହେଲେ ଓଭର୍ର ଶେଷ ବଲ ପକାଇବା ପୂର୍ବରୁ ସେ ଆହତ ହୋଇଥିଲେ। ଫଳରେ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ଏହି ସମୟରେ ତାଙ୍କ ଓଭରର ଶେଷ ବଲ ପକାଇବାକୁ ଅଧିନାୟକ ଅଜିଙ୍କ୍ୟ ରାହଣେ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଡାକିଥିଲେ।
Into the attack: Rohit Sharma from the Vulture St End!
Live #AUSvIND: https://t.co/IzttOVtrUu pic.twitter.com/qHDvLMZCSO
— cricket.com.au (@cricketcomau) January 15, 2021
ସମସ୍ତେ ଜାଣିଥିଲେ ଯେ ରୋହିତ ସ୍ପିନ ବଲ ପକାଇବେ। ହେଲେ ହଠାତ୍ ସେ ରନ୍ ଅପ୍ ଠିକ୍ କରିବା ସହ ବ୍ୟାଟିଂ କରୁଥିବା ମାର୍ନସ ଲାବୁଶେନଙ୍କୁ ମିଡିୟମ ପେସ୍ରେ ବଲ ପକାଇଥିଲେ। ସେ ଏହି ବଲକୁ ପଏଣ୍ଟ ଅଞ୍ଚଳରେ ଖେଳି ଏକ ରନ୍ ଆଦାୟ କରିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଏହି ଓଭର୍ରେ ସୈନି ବୋଲିଂ କରିବା ବେଳେ ଲାବୁଶେନ ଗଲି ଅଞ୍ଚଳରେ କ୍ୟାଚ୍ ମଧ୍ୟ ଦେଇଥିଲେ। ହେଲେ ସେଠାରେ ଫିଲ୍ଡିଂ କରିଥିବା ରାହଣେ ଏହି କ୍ୟାଚ୍ ସୁଯୋଗକୁ ହାତ ଛଡ଼ା କରିଥିଲେ। ଭାରତ ପାଇଁ ଅଷ୍ଟ୍ରେଲିଆ ଟୁର ଆଦୌ ସହଜ ହୋଇନାହିଁ। ଦଳର ଏକାଧିକ ଖେଳାଳି ଆହତ ସମସ୍ୟା ଯୋଗୁ ଟିମ୍ରୁ ବାଦ ପଡ଼ିଛନ୍ତି।
ଏଥିପାଇଁ ଦଳ ଆଜି ଅନିଭଜ୍ଞ ବୋଲିଂ ଆଟାକ ସହ ପଡ଼ିଆକୁ ଓହ୍ଲାଇଛି। ଏସବୁ ଭିତରେ ସୈନି ଅଧାରୁ ପଡ଼ିଆ ଛାଡ଼ିବା ଦଳର ଟେନସନକୁ ଦୁଇ ଗୁଣିତ କରିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚା’ ପାନ ବିରତି ବେଳକୁ ୩ ୱିକେଟ ହରାଇ ୧୫୪ ରନ୍ କରିଛି। ଲାବୁଶେନ ୭୩ ଓ ମାଥ୍ୟୁ ୱେଡ ୨୭ ରନ୍ କରି ଅପରାଜିତ ରହିଛନ୍ତି।
The post ମାତ୍ର ଗୋଟିଏ ବଲ୍ ବୋଲିଂ କଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/2XDV3RQ
No comments:
Post a Comment