ବଜାରରେ ଅଗ୍ନିକାଣ୍ଡ; ୧୦ ଦୋକାନ ପାଉଁଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ବଜାରରେ ଅଗ୍ନିକାଣ୍ଡ; ୧୦ ଦୋକାନ ପାଉଁଶ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଲାଗି ଗଲା ନିଆଁ। ଜଳିଗଲା ଦୋକାନ। ଗୋଟିଏ କି ଦୁଇଟି ନୁହେଁ, ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ୧୦ରୁ ଅଧିକ ଦୋକାନ ଘର। କାହାର ପରିବାର ଦୋକାନ ଥିଲା ତ କାହାର ଷ୍ଟେସନାରୀ ଓ ଜୋତା ଦୋକାନ। ପୁଣି କାହାର ହୋଟେଲ ଥିଲା ତ ଆଉ କାହାର ଶାଢ଼ି ଦୋକାନ। କିନ୍ତୁ ସବୁ ପୋଡ଼ି ଛାରଖାର ହୋଇଯାଇଛି। ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ।

ଦୋକାନ ବଜାର ବନ୍ଦ ହେବା ପରେ ରାତି ୧୧ଟା ପରେ ହଠାତ୍ ଲାଗିଥିଲା ନିଆଁ। ଦୋକାନ ଗୁଡ଼ିକରେ ନିଆଁ ଲାଗିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ସେମାନେ ଅଗ୍ନିଶମ ବାହିନୀକୁ ଦେଇଥିଲେ ଖବର। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଆସି ଅକ୍ଳାନ୍ତ ପରିଶ୍ରମ କରି ଲିଭାଇଥିଲେ ନିଆଁ। କିନ୍ତୁ ସେତେବେଳେକୁ ସବୁ ଶେଷ ହୋଇଯାଇଥିଲା। ଦୋକାନଗୁଡ଼ିକର ସବୁ ଜିନିଷପତ୍ର ପାଉଁଶ ହୋଇଯାଇଥିଲା। ଅନ୍ୟପକ୍ଷରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି।

The post ବଜାରରେ ଅଗ୍ନିକାଣ୍ଡ; ୧୦ ଦୋକାନ ପାଉଁଶ appeared first on Odisha Reporter.



from Odisha Reporter https://ift.tt/3nlkWQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages