ଅମରାବତୀ: ନୂଆ ବର୍ଷ ଅବସରରେ ଗୋଟିଏ ଗାଁର ୨୦୦ ଲୋକଙ୍କ ଆକାଉଣ୍ଟରେ ୧୩ ହଜାରରୁ ୧୫ ହଜାର ଟଙ୍କା ଡିପୋଜିଟ୍ ହୋଇଛି। ଗାଁ ଲୋକେ ଏଟିଏମରୁ ବାରମ୍ବାର ପଇସା ଉଠାଇବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ କିଏ ପଠାଇଛି ଜଣାପଡ଼ିନି। ହେଲେ ଛାନଭିନ୍ ପରେ ସ୍ପଷ୍ଟ ହୋଇଛି ଯେ ଏହି ପଇସା କୌଣସି ସରକାରୀ ଯୋଜାନର ଟଙ୍କା ନୁହେଁ। ପଇସା ଡିପୋଜିଟ୍ ହୋଇଛି କାଳେ ପୁଣି କଟିଯିବ ଭାବି ଗାଁ ଲୋକେ ଏଟିଏମରୁ ପଇସା ଉଠାଇନେଇନଥିବା ଜଣାପଡ଼ିଛି।
ଆନ୍ଧ୍ରପ୍ରଦେଶର ଭିଜିଆନଗରାମ ଜିଲ୍ଲାର ସାଲୁର ମଣ୍ଡଳର ଶିବରାମପୁରମର ଗାଁର ୨୦୦ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ସୂଚନା ରହିଛି। ଡିସେମ୍ବର ୨୯ରେ ଗାଁର ପ୍ରାୟ ୨୦୦ ଲୋକଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଗାଁ ଲୋକେ ଏହାକ ନୂଆବର୍ଷର ଉପହାର ଭାବି ଖୁସି ହୋଇଛନ୍ତି। କିଛି ପରିବାରରେ ଦୁଇ ଜଣଙ୍କ ଆକାଉଣ୍ଟକୁ ମଧ୍ୟ ଏହି ପଇସା ଆସିଥିବା ସୂଚନା ରହିଛି।
ଟଙ୍କା ଫେରିଯିବାର ଭୟ ରହିଥିବାରୁ କେହି ବ୍ୟାଙ୍କ କିମ୍ବା ସରକାରୀ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିନଥିବା ଗ୍ରାମବାସୀ କହିଛନ୍ତି।
The post ନୂଆ ବର୍ଷରେ ଗାଁ ଲୋକଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେଲା ଟଙ୍କା appeared first on Odisha Reporter.
from Odisha Reporter https://ift.tt/35l33vc
No comments:
Post a Comment