ବଜେଟ୍‌ ପୂର୍ବରୁ ଠାକୁରଙ୍କ ପୂଜାର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ବଜେଟ୍‌ ପୂର୍ବରୁ ଠାକୁରଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ଆଜି ଆସିବ ସାଧାରଣ ବଜେଟ୍‌-୨୦୨୧-୨୨। ଆଉ କିଛି ସମୟ ମଧ୍ୟରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହା ପୂର୍ବରୁ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ପୂଜାର୍ଚ୍ଚନା କରିଛନ୍ତି। ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଫଟୋକୁ ସେ ନିଜ ଟୁଇଟ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ସେ ଟୁଇଟ କରି ଲେଖିଛନ୍ତି, ଚଳିତ ୨୦୨୧ର ବଜେଟ୍‌ ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ୱାସ ମୂଳ ମନ୍ତ୍ର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନକୁ ସାକାର କରିବା ଦିଗରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।

ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ତେବେ ଏହାପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲଏଡ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ପ୍ରଥମେ ଦୁଇ ମନ୍ତ୍ରୀ ଅର୍ଥମନ୍ତ୍ରାଳୟକୁ ଯାଇଥିଲେ, ସେଠାରୁ ରାଷ୍ଟ୍ରପତି ଭବନ ଏବଂ ପରେ ସେମାନେ ସଂସଦକୁ ଯାଇଛନ୍ତି। ଦିନ ୧୧ଟାରେ ବଜେଟ ଉପସ୍ଥାପନ ହେବ।

କରୋନା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍‌ ଉପସ୍ଥାପନ ହେବ। ମେଡ-ଇନ-ଇଣ୍ଡିଆ ଟାବଲଏଡ ଜରିଆରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ବଜେଟ୍‌ର ସମସ୍ତ ସଫ୍ଟ କପି, ଅନ୍‌ଲାଇନ ଉପଲବ୍ଧ ହେବ।

ତେବେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୪୦୦ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୬,୬୧୭.୯୫ ପଏଣ୍ଟରେ ଖୋଲିଛି । ସେହିପରି ଏନଏସଇର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ।

The post ବଜେଟ୍‌ ପୂର୍ବରୁ ଠାକୁରଙ୍କ ପୂଜାର୍ଚ୍ଚନା appeared first on Odisha Reporter.



from Odisha Reporter https://ift.tt/2Yyu0HW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages