ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗସ୍ଥିତ ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ପରଜଙ୍ଗ ଥାନା ସରାଙ୍ଗ ଗାଁର ମାନଗୋବିନ୍ଦ ବେହେରା ।

ସୂଚନା ଅନୁଯାୟୀ, ମାନଗୋବିନ୍ଦ ନିଜ ସାଇକେଲରେ କୋଇଲା ଲୋଡ଼ ଧରି ତାଳଚେରରୁ ସରାଙ୍ଗକୁ ଫେରୁଥିଲେ । ବହ୍ଲର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଯୋଗୁ ପ୍ରାୟ କିଛି ସମୟ ଧରି ୧୪୯ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଘଟଣାସ୍ଥଳରେ ସରାଙ୍ଗ ଥାନା ପୁଲିସ୍‌ ଅଧିକାରୀ ସାହୁ ପହଞ୍ଚି ମୃତଦେହ  ଉଦ୍ଧାର କରିଥିଲେ । ଟ୍ରାଫିକକୁ ନିୟନ୍ତ୍ରଣ  ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

The post ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/3aek63y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages