ନେତାଜୀ ଜୟନ୍ତୀରେ ଦମ୍ ଦେଖାଇଲେ ଦିଦି, ମୋଦିଙ୍କୁ କଲେ କଟାକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ନେତାଜୀ ଜୟନ୍ତୀରେ ଦମ୍ ଦେଖାଇଲେ ଦିଦି, ମୋଦିଙ୍କୁ କଲେ କଟାକ୍ଷ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଦମ୍ ଦେଖାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନେତାଜୀ ଜୟନ୍ତୀରେ କଲେ ଶକ୍ତି ପ୍ରଦର୍ଶନ। ଦୀର୍ଘ ୬ କିଲୋଟିମର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ରୋଡ୍ ଶୋ’ ଆରମ୍ଭ କରିଛନ୍ତି । ତାଙ୍କର ଏହି ରୋଡ ଶୋ’ରେ ଅନେକ ଟିଏମସି ନେତାମାନେ ମଧ୍ୟ ସାମିଲ ଥିଲେ।

ପଶ୍ଚିମବଙ୍ଗରେ ନେତାଜୀଙ୍କ ଜୟନ୍ତୀକୁ ନେଇ ରାଜନୀତି ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ରୋଡ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାକ୍ଷ କରିଛନ୍ତି । କେନ୍ଦ୍ର ସରକାର ଏହି ଦିନକୁ ପରାକ୍ରମ ଦିବସର ରୂପେ ପାଳନ କରିବାକୁ ଘୋଷଣା କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିନ୍ତୁ ଏହାକୁ ବିରୋଧ କରିଛନ୍ତି । ସେ ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀକୁ ‘ଦେଶନାୟକ ଦିବସ’ ରୂପେ ପାଳନ କରିଛନ୍ତି। ଏକ ବର୍ଷ ଧରି ପଶ୍ଚିମବଙ୍ଗରେ ଏହି ଉତ୍ସବ ପାଳନ ହେବ ବୋଲି ମମତା ଘୋଷଣା କରିଛନ୍ତି।


ମମତା କହିଛନ୍ତି, “ମୁଁ ପରାକ୍ରମ ଶବ୍ଦକୁ ବୁଝେନି, ମୁଁ ନେତାଜୀଙ୍କ ଦେଶ ପ୍ରେମକୁ ବୁଝିଛି, ନେତାଜୀ ଧର୍ମର ଏକତା ଉପରେ ବିଶ୍ୱାସ କରୁଥିଲେ। ଏଥିପାଇଁ ତାଙ୍କ ଜୟନ୍ତୀକୁ ଦେଶନାୟକ ଦିବସ ରୂପେ ପାଳନ କରାଯିବ। କାରଣ ରବିନ୍ଦ୍ର ନାଥ ଟାଗୋର ତାଙ୍କୁ ଏହି ଉପାଧି ଦେଇଥିଲେ।”

ବିରୋଧୀଙ୍କୁ କଟାକ୍ଷ କରି ମମତା କହିଛନ୍ତି, କିଛି ଲୋକଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ନେତାଜୀଙ୍କ କଥା ମନେ ପଡୁଛି। ଅନ୍ୟ ଦିନ ମାନଙ୍କରେ କିନ୍ତୁ ଏଭଳି ଭକ୍ତି ଦେଖିବାକୁ ମିଳୁନି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗ ଯାଇ ସେଠାରେ ନେତାଜୀ ଜୟନ୍ତୀ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବେ । ସନ୍ଧ୍ୟା ସାଢେ ୬ଟା ବେଳକୁ ଏହି ଉତ୍ସବ ହେବ ।

The post ନେତାଜୀ ଜୟନ୍ତୀରେ ଦମ୍ ଦେଖାଇଲେ ଦିଦି, ମୋଦିଙ୍କୁ କଲେ କଟାକ୍ଷ appeared first on Odisha Reporter.



from Odisha Reporter https://ift.tt/2Ml7q2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages