ଯାଜପୁର (ଗୁଲାମ ଗସ): ଚଢ଼ିଗଲା ହାଇୱା। ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଭାଲୁଖାଇରେ।
ମୃତ ମହିଳାଙ୍କ ନାଁ ଅହଲ୍ୟା ବେହେରା। ଏହି ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି। ତାଙ୍କ ନାଁ ପ୍ରଫୁଲ ବେହେରା। ସେମାନଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୁଡ଼ ଗାଁରେ।
ସୂଚନା ଅନୁଯାୟୀ, ଅହଲ୍ୟା ଓ ପ୍ରଫୁଲ ଭୁବନେଶ୍ୱରରୁ ବାଇକ୍ ଯୋଗେ ସେମାନଙ୍କ ଗାଁକୁ ଫେରୁଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଭାଲୁଖାଇ ନିକଟରେ ସେମାନଙ୍କୁ ଏକ ହାଇୱା ପଛପଟୁ ଧକ୍କା ଦେଇଥିଲା। ଅହଲ୍ୟାଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିଲା।
ଧର୍ମଶାଳା ପୁଲିସ୍ ମୃତଦେହକୁ ଜବତ କରିବା ସହିତ ଆହତ ପ୍ରଫୁଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
The post ପିଟି ଦେଲା ହାଇୱା : ସ୍ତ୍ରୀ ମୃତ, ସ୍ୱାମୀ ଆହତ appeared first on Odisha Reporter.
from Odisha Reporter https://ift.tt/3qcankJ
No comments:
Post a Comment