ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର, ୮ ସୂତ୍ରୀ ପ୍ରସ୍ତାବ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର, ୮ ସୂତ୍ରୀ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ: ମାନବଜାତି ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏଥିସହ ଏହାର ମୁକାବିଲା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଆଗରେ ସେ ୮ ସୂତ୍ରୀ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଛନ୍ତି। ଖାଲି ସେତିକି ନୁହେଁ, ପାକିସ୍ତାନ ଓ ଚାଇନାର ନାଁ ନନେଇ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଉଭୟ ଦେଶ ଉପରେ ପ୍ରବଳ ବର୍ଷିଛନ୍ତି।

ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଆଦୌ ଗ୍ରହଣୀୟ ନୁହେଁ ଓ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟାରେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରିବା ଠିକ ନୁହେଁ ବୋଲି ସେ କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜାତିସଂଘ ସୁରକ୍ଷା ପରିଷଦରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ଜିରୋ ଟଲୋରାନ୍ସ ନୀତି ଆପଣାଇବାର ସମୟ ଏବେ ସାରା ବିଶ୍ୱ ପାଇଁ ଆସି ଯାଇଛି।

ଭାରତ ଦୀର୍ଘ ଦଶନ୍ଧି ହେଲା ସବୁ ପ୍ରକାରର କଳବଳ କୌଶଳ ଲଗାଇ ଆତଙ୍କବାଦ ବିରୋଧରେ ଲଢ଼େଇ କରି ସାରିଛି। ତେଣୁ ଭାରତ ସମଗ୍ର ବିଶ୍ୱକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମତ ଦେଉଛି। ଏବେ ସମଗ୍ର ବିଶ୍ୱ ଏକାଠି ହୋଇ ଆଲୋଚନା କରନ୍ତୁ ଓ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ।

ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ବେଳେ କୌଣସି ଦୋମୁହାଁ ନୀତି ଅବଲମ୍ବନ କରାଯିବା ଠିକ୍‌ ନୁହେଁ। ଆତଙ୍କବାଦୀମାନେ ସର୍ବଦା ଆତଙ୍କବାଦୀ। ସେମାନଙ୍କ ମଧ୍ୟରେ ଭଲ ଓ ଖରାପର ପାର୍ଥକ୍ୟ ଦେଖିବା ଠିକ ନୁହେଁ। ଯେଉଁମାନେ ଆତଙ୍କବାଦୀଙ୍କ ମଧ୍ୟରେ ଭଲ ଓ ଖରାପର ପାର୍ଥକ୍ୟ ଦେଖନ୍ତି, ସେମାନଙ୍କର ନିଜସ୍ୱ ଏଜେଣ୍ଡା ରହିଛି ବୋଲି ସେ କହିଛନ୍ତି।

୮ ସୂତ୍ରୀ ମନ୍ତ୍ର ସମ୍ପର୍କରେ ସେ କହିଛନ୍ତି, ୧-କେହି ବି ଆତଙ୍କବାଦକୁ ଯୁକ୍ତି ସଂଗତ କିମ୍ବା ଅତିରଞ୍ଜିତ କରିବା ଠିକ ନୁହେଁ। ୨- ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରି ସେମାନଙ୍କ ମଧ୍ୟରେ ଭଲ ଓ ଖରାପର ପାର୍ଥକ୍ୟ କରିବା ଗ୍ରହଣୀୟ ନୁହେଁ। ୩- ରାଜନୀତି କିମ୍ବା ଧର୍ମକୁ ବିଚାର କରି ଆତଙ୍କବାଦର ସଂଜ୍ଞା ନିରୂପଣ କରିବା ବନ୍ଦ ହେଉ। ୪- ସଂଗଠିତ ଅପରାଧ ପଛରେ କିଏ, ତା’କୁ ଚିହ୍ନଟ କରାଯାଉ। ୫-ଏଫଏଟିଏଫକୁ ଅଧିକ ସଶକ୍ତ ଓ ସମର୍ଥନ ମିଳୁ। ୬- ଆତଙ୍କବାଦର ମୁକାବିଲା କରିବା ପାଇଁ ଜାତିସଂଘକୁ ଅଧିକ ପଣ୍ଡିଂ ମିଳୁ। ୭-ବିନା କାରଣରେ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଚାଲିଥିବା ଷଡ଼ଯନ୍ତ୍ର ବନ୍ଦ ହେଉ। ୮-exclusivist ଚିନ୍ତାଧାରକୁ ନିରୁତ୍ସାହିତ କରାଯାଉ ବୋଲ ସେ ପ୍ରସ୍ତାବ ଦେଇଛନ୍ତି।

ସେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ୧୯୯୩ ମୁମ୍ବାଇ ହମଲାକୁ ରୂପରେଖ ଦେଇଥିବା ବ୍ୟକ୍ତିକୁ ଗୋଟିଏ ଦେଶ କେବଳ ସୁରକ୍ଷା ଦେଉନାହିଁ, ବରଂ ସେଠାରେ ତା’କୁ ପଞ୍ଚ ତାରକା ସେବା ଯୋଗାଇ ଦିଆଯାଉଛି। ୯/୧୧ ହମଲା ପରେ ୧୩୭୩ ସଂକଳ୍ପ ଗ୍ରହଣ କରାଯାଇଥିଲା। କିନ୍ତୁ ଏବେ ବି ଆତଙ୍କବାଦ ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ସେ ମତ ଦେଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ ମୁଖ୍ୟ ମୌଲାନା ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟାରେ ଚାଇନା ବାଧା ସୃଷ୍ଟି କରିଥିବାରୁ ଜୟଶଙ୍କର ବେଜିଂକୁ ମଧ୍ୟ ପରୋକ୍ଷରେ ସାମାଲୋଚନା କରିବାକୁ ଭୁଲି ନାହାନ୍ତି।

The post ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର, ୮ ସୂତ୍ରୀ ପ୍ରସ୍ତାବ ଦେଲେ appeared first on Odisha Reporter.



from Odisha Reporter https://ift.tt/3i9K4Zz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages