କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଖାଦ୍ୟରେ ମିଶୁଛି ବିଷ। ତାହା ପୁଣି ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ । ଲୋକେ ବି ଅଧିକ ଟଙ୍କା ଦେଇ ନକଲି ଜିନିଷ କିଣି ଖାଉଛନ୍ତି। କିଛି ଦିନ ପୂର୍ବେ କଟକ ସହରରୁ ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ନକଲି ଚା’ପତି ଗୁଣ୍ଡ ବିକ୍ରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ବଲାଙ୍ଗୀର ସହରରେ ବିକ୍ରି ହେଉଛି ଅପମିଶ୍ରିତ ମିକ୍ସଚର। ମିକ୍ସଚରରେ କ୍ଷତିକାରର ଫୁଡ଼ କଲର ମିଶୁଥିବା ଜଣାପଡ଼ିବା ପରେ କାରଖାନାର ମାଲିକଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ମାମଲା ରୁଜୁ କରିଛି ପୁଲିସ୍ l
ସୂଚନାଯୋଗ୍ୟ, କଟକ ଜିଲ୍ଲା ପରେ ଏବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଢ଼ାଉ ସମୟରେ ମିଳିଛି ଅପମିଶ୍ରିତ ଜିନିଷ। । ୨ଟି ତେଲ ରିପ୍ୟାକିଂ କାରଖାନା ସହ ୩ଟି ମିକ୍ସଚର ତିଆରି କାରଖାନା, ଗୋଟିଏ ମସଲା କାରଖାନାରେ ଚଢ଼ାଉ କରାଯାଇଛି । ମିକ୍ସଚର ପ୍ରସ୍ତୁତିରେ ମିଶୁଛି ଫୁଡ଼ କଲର । ଯାହାକି ଶରୀର ପାଇଁ ବେଶ୍ କ୍ଷତିକାରକ। ମିଶ୍ରିତ କରୁଥିବାରୁ କାରଖାନାର ମାଲିକ ବିକାଶ ଜୈନଙ୍କୁ କଣ୍ଟାବାଞ୍ଜି ପୋଲିସ ଅଟକ ରଖିଛି। ତା’ସହ ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍ l
ଗତକାଲି ବଲାଙ୍ଗୀର ଏସପି ନିତିନ କୁଶଲକର ଡୁଗାଡୁଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ଚଟୁଅନଖାର ଏକ ମିକ୍ସଚର ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ମିକ୍ସଚରରେ ଫୁଡ଼ କଲର ମିଶୁଛିଥିବା ଜଣାପଡ଼ିଥିଲା। ପରେ ପରେ ଖୋଦ ବଲାଙ୍ଗୀର ଏସପି ମଧ୍ୟ ପହଞ୍ଚି ଅନ୍ୟ ସବୁ ଫ୍ୟାକ୍ଟ୍ରି ଯାଞ୍ଚ କରିବାରୁ କାହା ପାଖରେ ଫୁଡ଼ ଲାଇସନ୍ସ ନଥିଲା l ଏପରିକି ଖୋଲିଥିବା ଫ୍ୟାକ୍ଟ୍ରିର କୌଣସି କାଗଜ ପତ୍ର ନାହିଁ l ଯାହାକି ସମ୍ପୂର୍ଣ୍ଣ ବେଆଇନ l
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନକଲି ସହର ଭାବେ ବେଶ ପରିଚିତ । କିଛି ବର୍ଷ ତଳେ ନକଲି ମେଡିସିନ, ସାମ୍ପୁ, ତେଲ, ମସଲା, ମେଡ଼ିସିନ, ମୋବିଲ ଓ ସାମ୍ପୁ ଆଦି ପୂର୍ବରୁ ଭେଜାଲ ଓ ନକଲି କାରବାର ହୋଇ ଆସୁଥିବା ବେଳେ ପୁଣି ଥରେ ପୁନରାବୃତ୍ତି ହୋଇଥିବା ସନ୍ଦେହ କରାଯାଉଛି l ଲକ୍ଷ୍ମୀ ଷ୍ଟୋରର ଲାଇସେନ୍ସ ନଥାଇ ମଧ୍ୟ ବିଭିନ୍ନ ବ୍ରାଣ୍ଡର ଯେଉଁ ରେପ୍ୟାକିଘଙ୍ଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ ଓ ନକଲି ଆଗକୁ ତେଲର ଟେଷ୍ଟିଙ୍ଗ କରାଯିବ ବୋଲି ବଲାଙ୍ଗୀର ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି l
କିଛି ଦିନ ପୂର୍ବେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ବ୍ରାଣ୍ଡେଡ୍ ପ୍ୟାକେଟ ଭିତରୁ ବାହାରିଥିଲା ଡୁପ୍ଲିକେଟ ମାଲ୍ । ନକଲି ଚା’ପତି, ପନୀର, ସସ୍, ମସଲା ଗୁଣ୍ଡ, ସିମେଣ୍ଟ ଆଦି ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ଲୋକେ ଯେ ଟଙ୍କା ଦେଇ ବିଷ କିଣି ଖାଉଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
The post ନକଲି ଚା’ ପରେ ମିଳିଲା ଭେଜାଲ ମିକ୍ସଚର appeared first on Odisha Reporter.
from Odisha Reporter https://ift.tt/2LEYOUr
No comments:
Post a Comment