ଜୟପୁର(ଟି. ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁରରୁ ମହାରାଷ୍ଟ୍ରର ନାଗପୁରକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ATS ଦ୍ୱାରା ଜଣେ ଯୁବକଙ୍କୁ ଗିରଫଦାରୀର ଖୁଲାସା କରିଛି ପୁଲିସ୍। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ଜୟପୁର ଏସ୍ଡିପିଓ।
ସେ କହିଛନ୍ତି ଯେ, ଗତ ଡିସେମ୍ବର ୭ରେ ନାଗପୁରର ବୁରି ଅଞ୍ଚଳ ମହାରାଷ୍ଟ୍ର ଶିଳ୍ପାଞ୍ଚଳ ଉନ୍ନୟନ ନିଗମ ଥାନାରେ ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ୍ ଭେଙ୍କେଟରାଓ ବାବୁ ମୋହିତେ ନାମକ ଜଣେ ଅଭିଯୁକ୍ତ ଗିରଫ କରିଥିଲା । ଏହାପରେ ୨୦ରୁ ୨୫ଜଣଙ୍କୁ ତଦନ୍ତ ପରିସରକୁ ଆଣି କୋରାପୁଟ ଲିଙ୍କ୍ ପାଇଥିଲା ଆଣ୍ଟି ଟେରୋରିଜମ୍ ସ୍କ୍ୱାର୍ଡ ତଥା ATS ।
ପରବର୍ତ୍ତୀ ସମୟରେ କୋରାପୁଟଙ୍କ ଏସ୍ପିଙ୍କ ସହାୟତାରେ ଖଗପତି ପାଙ୍ଗି ପାଖରେ ପହଞ୍ଚିବା ସହ ତାକୁ ATS ଗିରଫ କରିଥିଲା। ପୂର୍ବରୁ ଖଗପତି ନାଁରେ ସଦର ଥାନାରେ ଏକ ମାମଲା ବି ଥିଲା।
The post କୋରାପୁଟ ଯୁବକଙ୍କୁ ATS ଉଠାଇ ନେବା ଘଟଣା, ମିଳିଲା ଗଞ୍ଜେଇ ଲିଙ୍କ appeared first on Odisha Reporter.
from Odisha Reporter https://ift.tt/3oBiirx
No comments:
Post a Comment