ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ, ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ, ମିଳିଲା ଅନୁମତି

ନୂଆଦିଲ୍ଲୀ: ଦିନେ ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଦେଲା ଅନୁମତି। ଏବେ ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ। ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ କାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ଦିଆଯାଇଛି । ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକିସ୍ତାନ ଅନୁମତି ମାଗିଥିଲା। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସେହି ସମୟରେ ନିର୍ଜ ଏୟାରସ୍ପେସ ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ପରେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା।

The post ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ, ମିଳିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/3kcw6HF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages