ସାହିଦ ନୁହେଁ, ଏହି ଷ୍ଟାରଙ୍କ ପାଇଁ ପାଗଳ ମୀରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ସାହିଦ ନୁହେଁ, ଏହି ଷ୍ଟାରଙ୍କ ପାଇଁ ପାଗଳ ମୀରା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ପତ୍ନୀ ହେଉଛନ୍ତି ମୀରା ରାଜପୁତ। ସେ ଅଭିନେତ୍ରୀ ହୋଇ ନଥିଲେ ମଧ୍ୟ କୌଣସି ବଲିଉଡ୍‌ ଷ୍ଟାରଙ୍କ ଠାରୁ କମ୍ ନୁହନ୍ତି। ତାଙ୍କ ଲୁକ୍ ଓ ଫ୍ୟାଶନ ପାଇଁ ସେ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହନ୍ତି। କିଛି ନା କିଛି ଖବରକୁ ନେଇ ତାଙ୍କ ନାଁରେ ଚର୍ଚ୍ଚା ଲାଗି ରହିଥାଏ। ତେବେ ନିକଟରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି, ଯାହାକୁ ନେଇ ସେ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି।

ମୀରାଙ୍କ ପ୍ରଥମ ପସନ୍ଦ ସାହିଦ କପୁର ନୁହନ୍ତି। ସେ ଜଣେ କ୍ରିକେଟ ଷ୍ଟାରଙ୍କ ପ୍ରେମରେ ପାଗଳ ଥିଲେ। ତାଙ୍କ ପ୍ରଥମ କ୍ରସ ଥିଲେ ସାଉଥ୍‌ ଆଫ୍ରିକାର କ୍ରିକେଟର ଏବି ଡି’ଭିଲିୟର୍ସ। ସେ ତାଙ୍କୁ ପାଗଳ ଭଳି ଭଲ ପାଉଥିଲେ। ଇନଷ୍ଟାଗ୍ରାମ ଆକଉଣ୍ଟରେ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ସେସନ୍‌ ବେଳେ ମୀରା ନିଜେ ସମସ୍ତଙ୍କ ଆଗରେ ଏହି ଖୁଲାସା କରିଛନ୍ତି।

ସାଉଥ ଆଫ୍ରିକା କ୍ରିକେଟର ଏବି ଡି’ଭିଲିୟର୍ସଙ୍କ ପାଇଁ ପାଗଳ ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ

କେବଳ ସେତିକି ନୁହେଁ, ତାଙ୍କ କପାଳରେ ଥିବା ଛୋଟ ଚିହ୍ନ ପଛରେ ରହିଥିବା କାହାଣୀ ଉପରୁ ମଧ୍ୟ ପରଦା ହଟାଇଛନ୍ତି ମୀରା।

ସେ କହିଛନ୍ତି, ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଖଟ ଉପରୁ ଡେଇଁ ପଡ଼ିଥିଲେ। ଏହା ପରେ ଖଟର ଧାରରେ ବାଜିବା ଯୋଗୁଁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ପରେ ଏହି ଚିହ୍ନ ଆଉ ଯାଇନଥିଲା।

ସେହିପରି ଯେତେବଳେ ପ୍ରଶଂସକମାନେ ପରିବାରରେ ତାଙ୍କ ପ୍ରିୟ ବ୍ୟକ୍ତି କିଏ ବୋଲି ପଚାରିଥିଲେ, ଏହାର ଉତ୍ତରରେ ମୀରା ତାଙ୍କ ବାପାଙ୍କ ନାଁ ନେଇଥିଲେ।

ସୂଚନାଯୋଗ୍ୟ, ୨୦୧୫ରେ ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ହାତ ଧରିଥିଲେ ମୀରା ରାଜପୁତ। ଉଭୟଙ୍କ ଦୁଇ ଛୁଆ- ଝିଅ ମିଶା କପୁର ଏବଂ ପୁଅ ଜୈନ କପୁର ଅଛନ୍ତି।

The post ସାହିଦ ନୁହେଁ, ଏହି ଷ୍ଟାରଙ୍କ ପାଇଁ ପାଗଳ ମୀରା appeared first on Odisha Reporter.



from Odisha Reporter https://ift.tt/37EKtiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages