ବାଙ୍ଗାଲୋର: ପଥର ଖାଦାଦରେ ଭୟଙ୍କର ବିସ୍ଫୋରଣ ଘଟି ୬ ଶ୍ରମିକ ଆଖି ବୁଜିଥିବା ବେଳେ ବହୁ ଜଣ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଆଜି କର୍ଣ୍ଣାଟକ ଚିକାବଲାପୁର ଜିଲ୍ଲା ହିରେନାଗାଭାଲି ପଥର ଖାଦାନରେ ଘଟିଛି।
ଖାଦାନରେ ପଥର ଫଟାଇବା ପାଇଁ ଥିବା ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତଦେହଗୁଡ଼ିକ ଖଣ୍ଡ ବିଖଣ୍ଡ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ । ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ମନ୍ତ୍ରୀ ସୁଧାକର, ଜିଲ୍ଲାପାଳ, ଏସ୍ପି ଓ ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ଖଣିରେ ବେଆଇନ ଭାବେ ଜିଲେଟିନ ବ୍ୟବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଜାନୁଆରି ୨୨ରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଜିଲ୍ଲା ଶିବମୋଗାର ଖଣିରେ ସମାନ ଧରଣର ବିସ୍ଫୋରଣ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
The post ପଥର ଖାଦାଦରେ ଭୟଙ୍କର ବିସ୍ଫୋରଣ, ଗଲା ୬ ଜୀବନ appeared first on Odisha Reporter.
from Odisha Reporter https://ift.tt/3aJwF8E
No comments:
Post a Comment