ଆଜିଠୁ ଖୋଲିବ ନବମ,ଏକାଦଶ ଶ୍ରେଣୀ; ୨ ଘଣ୍ଟା ହେବ ପାଠପଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଆଜିଠୁ ଖୋଲିବ ନବମ,ଏକାଦଶ ଶ୍ରେଣୀ; ୨ ଘଣ୍ଟା ହେବ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସାମାଜିକ ଦୂରତା ଓ କରୋନା କଟକଣା ମାନି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ହେବ । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ କ୍ଲାସ ହେବ । ଏହି ଦୁଇ ଘଣ୍ଟାରେ ୩ଟି ପିରିୟଡ୍  ହେବ । ନବମ ଓ ଏକାଦଶ ଏହି ଦୁଇ ଶ୍ରେଣୀରେ ଏପ୍ରିଲ ୩୦ ଯାଏଁ କ୍ଲାସ୍‌ରୁମ୍‌ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି  ।

ଶିକ୍ଷକ ଅଭାବ ଦୂର କରିବାକୁ ଅବସରପ୍ରାପ୍ତ ଶିକ୍ଷକ ଓ ଦକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରାଯିବ । ଅଗ୍ରାଧିକାର ଭିତ୍ତିରେ ଗଣିତ,  ବିଜ୍ଞାନ, ଇଂରାଜୀ ଓ ସାମାଜିକ ବିଜ୍ଞାନ ବିଷୟ ପଢାଯିବ ।

କରୋନା କୋପ କମିବା ପରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଫୁଲ୍‌ ଦମ୍‌ରେ ଆରମ୍ଭ ହୋଇଛି ପ୍ରୟାସ। ପୂର୍ବରୁ ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ। ସାଢ଼େ ୧୦ ଯାଏ ଏହି ୨ କ୍ଲାସର ପାଠପଢ଼ା ହେବ ବୋଲି ନିଷ୍ପତ୍ତି ନିଆଯାଇଥିବାରୁ ପୂର୍ବାହ୍ନ ୧୧ଟାରୁ  ଆରମ୍ଭ ହେବ ଦଶମ ଶ୍ରେଣୀ ପାଠପଢ଼ା ।

ଏଠାରେ ସୂଚନାଯୋଗ୍ୟ ଯେ,  ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି  ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯାଉଛି ।

The post ଆଜିଠୁ ଖୋଲିବ ନବମ,ଏକାଦଶ ଶ୍ରେଣୀ; ୨ ଘଣ୍ଟା ହେବ ପାଠପଢ଼ା appeared first on Odisha Reporter.



from Odisha Reporter https://ift.tt/2N2MQVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages