ଦେଶ ପାଇଁ ଯବାନ ଗଢ଼ୁଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଦେଶ ପାଇଁ ଯବାନ ଗଢ଼ୁଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’

ଯାଜପୁର(ଗୁଲାମ ଗସ୍‌) ଦେଶର ସୁରକ୍ଷା ପାଇଁ ରହିଛି ସମସ୍ତଙ୍କର କର୍ତବ୍ୟ। ଆଗାମୀ ଯୁବପିଢ଼ି ଏନେଇ ଉଚିତ ମାର୍ଗ ପାଇବାର ଆବଶ୍ୟକତା ରହିଛି। ସେନାରେ ଭର୍ତି ହେବା ପାଇଁ ସେମାନଙ୍କୁ ସଠିକ ଭାବରେ ପ୍ରଶିକ୍ଷଣ ମିଳି ପାରିଲେ ଅଧିକରୁ ଅଧିକ ଯୁବକ ଦେଶ ପାଇଁ କାମ କରିପାରିବେ। ତେବେ କିଭଳି ନୂଆ ସୈନିକ ସୃଷ୍ଟି ହେବେ ସେ ନେଇ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ। ସେନାରେ ଭର୍ତି ହେବା ପାଇଁ ଯାଜପୁର ଜିଲ୍ଲା ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ଫିଟନେସ୍‌ ଟିପସ୍‌ ସହ ଦିଆଯାଉଛି ତାଲିମ।

ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ ପକ୍ଷରୁ ଯୁବକଙ୍କୁ ଦିଆଯାଉଛି ତାଲିମ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ରୁ ଅଧିକ ଯୁବକ ଏଠାରେ ତାଲିମ ନେଉଛନ୍ତି। ସେମାନଙ୍କୁ ତାଲିମ ଦେଉଛନ୍ତି ସିଆରପିଏଫ୍‌ ଯବାନ ସର୍ବଜିତ୍‌ ସ୍ୱାଇଁ। ସର୍ବଜିତ‌ ନିଜର ଅଭିଜ୍ଞତାକୁ ବ୍ୟବହାର କରି କିପରି ଯୁବକମାନେ ସଠିକ ପ୍ରଶିକ୍ଷଣ ନେଇ ସେନାରେ ଭର୍ତି ହୋଇପାରିବେ ସେ ନେଇ ଅହରହ ଉଦ୍ୟମ ଚଳାଇଛନ୍ତି। ଏଠାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଯୁବକମାନେ ମଧ୍ୟ ତାଲିମ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି।

ବିନା ପ୍ରାପ୍ୟରେ ଏହି ଏକାଡେମୀ ଯୁବକମାନଙ୍କୁ ତାଲିମ ଦେଉଛି। ବିଭିନ୍ନ ଜିଲ୍ଲାରୁ ଆସି ଏଠାରେ ପ୍ରଶିକ୍ଷଣ ନେଉଥିବା ଯୁବକମାନେ କେବଳ ନିଜର ରହିବା ଓ ଖାଇବା କଥା ନିଜେ ବୁଝୁଛନ୍ତି।  ପ୍ରତିଦିନ ଭୋର ସମୟରେ ଯୁବକମାନେ ଷ୍ଟାଡିୟମକୁ ଆସି ବିନା ମୂଲ୍ୟରେ ସେନାରେ ଭର୍ତି ହେବା ପାଇଁ ତାଲିମ ନେଉଛନ୍ତି। ଶାରିରୀକ, ମାନସିକ ସ୍ତରରେ ଯୁବକମାନେ କିପରି ଦୃଢ ପରିକର ହେବେ ସେ ନେଇ ମଧ୍ୟ ବିଭିନ୍ନ କୌଶଳ ଶିଖାଯାଉଛି। ସେନାରେ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ଆବଶ୍ୟକୀୟ ତାଲିମ ଅଭାବରୁ ସେମାନେ ପଛରେ ପଡିଯାଉଛନ୍ତି। ଏଠାରେ ସଠିକ ତାଲିମ ପାଇ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଥିବା ବେଳେ ଏଠାରୁ ତାଲିମ ପାଇଁ ଅନେକ ପୁଲିସ ଓ ସେନାରେ କାର୍ଯ୍ୟ କରୁଛନ୍ତି। ଆର୍ମିରେ ଭର୍ତ୍ତି ହେବାପରେ ସ୍ୱଇଛାରେ ଦେଉଥିବା ଅର୍ଥରେ ଏକାଡେମୀ ପରିଚାଳିତ ହେଉଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି।

The post ଦେଶ ପାଇଁ ଯବାନ ଗଢ଼ୁଛି ‘ଓମ ସ୍ପେଶାଲ ଡିଫେନସ୍‌ ଏକାଡେମୀ’ appeared first on Odisha Reporter.



from Odisha Reporter https://ift.tt/2N44Bna

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages