ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେବାରୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭୋପାଳର ବିଜେପି  ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର। ଶୁକ୍ରବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ହସ୍ପିଟାଲରେ ଭର୍ତ୍ତି କରାଇବା ବେଳେ ପ୍ରଜ୍ଞା ଠାକୁରଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି।

ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ପ୍ରଜ୍ଞା ଠାକୁର ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଉଚ୍ଚ ରକ୍ତଚାପ ସହିତ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ। ଏହା ପୂର୍ବରୁ ଡିସେମ୍ୱର ୧୮ରେ ପ୍ରଜ୍ଞା ଠାକୁର ଏମ୍ସରେ ଭର୍ତ୍ତି ହୋଇଥିଲେ।

The post ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର appeared first on Odisha Reporter.



from Odisha Reporter https://ift.tt/3saQRGf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages