ଦେଶ ଏବେ ବିକାଶ ପାଇଁ ଅପେକ୍ଷା କରିପାରିବନି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଦେଶ ଏବେ ବିକାଶ ପାଇଁ ଅପେକ୍ଷା କରିପାରିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକକୁ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କରୋନା ବେଳେ କେନ୍ଦ୍ର ଓ ରାଜ୍ୟ ଏକ ହୋଇ କାମ କରିବାରୁ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି ବୋଲି ମୋଦି କହିଛନ୍ତି।ଏଥିସହ ସେ କହିଛନ୍ତି ଯେ ଦେଶର ବିକାଶ ପାଇଁ ଆଉ ଅପେକ୍ଷା କରିହେବ ନାହିଁ, କେବଳ ମିଳିତ ଭାବେ କାମ କଲେ ସଫଳତା ମିଳିବ ବୋଲି ମୋଦି କହିଛନ୍ତି।

କରୋନା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇ କାମ କରୁଥିଲେ। ସେଥିପାଇଁ ଦେଶ ସଫଳ ହେଲା। ଏଥିପାଇଁ ଭାରତ ବିଶ୍ୱ ଦରବାରରେ ପ୍ରଶଂସା ପାଉଛି। ଗରିବ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସୁଛି। ଦେଶର ବିକାଶ ଯାତ୍ରାରେ ଘରୋଇ ସେକ୍ଟରର ଭୂମିକା ରହିଛି। ଅନେକ ଘରୋଇ ସେକ୍ଟର ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଉତ୍ସାହ ଦେଖାଉଛନ୍ତି। ସରକାର ଭାବେ, ଆମକୁ ମଧ୍ୟ ଏହି ଉତ୍ସାହ, ଘରୋଇ ସେକ୍ଟରକୁ ସମ୍ମାନ ଦେବା ଦରକାର। ଏମିତି ହେଲେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ବଢ଼ିବାକୁ ରାସ୍ତା ତିଆରି ହେବ ବୋଲି ମୋଦି କହିଛନ୍ତି।

୨୦୧୪ ପରଠାରୁ ଗାଁ ଓ ସହର ସମେତ ୨୦ ନିୟୁତରୁ ଅଧିକ ଘର ନିର୍ମାଣ କରାଯାଇଛି। ସହର ଗୁଡ଼ିକରେ ଆଧୁନିକ ମାନର ଘର ନିର୍ମାଣ ପାଇଁ ଏକ ଅଭିଯାନ ଚାଲିଛି। ଭଲ ଘର ନିର୍ମାଣ ପାଇଁ ନୂଆ ମଡେଲ ପ୍ରସ୍ତୁତ ହେବା ଦରକାର ବୋଲି ସେ କହିଛନ୍ତି।

ଏହି ଷଷ୍ଠ ନୀତି ଆୟୋଗ ପରିଚାଳନା ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

The post ଦେଶ ଏବେ ବିକାଶ ପାଇଁ ଅପେକ୍ଷା କରିପାରିବନି: ମୋଦି appeared first on Odisha Reporter.



from Odisha Reporter https://ift.tt/3qESOue

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages