ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଓ ପିଏନଜି ଦରରେ ବୃଦ୍ଧି ହୋଇଛି। ସିଏନଜି କିଲୋ ପ୍ରତି ୭୦ ପଇସା ଏବଂ ଘରୋଇ ପିଏନଜି ୯୧ ପଇସା ପ୍ରତି ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ବଢ଼ିଛି। ଗେଲ ଇଣ୍ଡିଆ, ବିପିସିଏଲ୍ ଏବଂ ଦିଲ୍ଲୀ ସରକାର ମିଳିତ ଭାବେ କରୋନା ମହାମାରୀ ଯୋଗୁଁ ପଡିଥିବା ପ୍ରଭାବକୁ ଦେଖି ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।
ବର୍ଦ୍ଧିତ ଦର ଲାଗୁ ହେବେ ପରେ ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୪୩ ଟଙ୍କା ୪୦ ପଇସାରେ ପହଞ୍ଚିଛି। ସେହିପରି ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ଦାମ ୪୯ ଟଙ୍କା ୮ ପଇସା ପ୍ରତି କିଲୋ ରହିଛି। କାନପୁର, ହମିରପୁର, ଫତେପୁରର ୬୦ ଟଙ୍କା ୫୦ ପଇସା, ମୁଜଫରନଗରରେ ୫୭ ଟଙ୍କା ୨୫ ପଇସା, ହରିୟାଣାର ରୱାଡିରେ ୫୪ ଟଙ୍କା ୧୦ ପଇସା ରହିଛି।
ସିଏନଜି ଦାମ ବଢ଼ିବା ଯୋଗୁଁ ଅଟୋ ଏବଂ ଟ୍ୟାକ୍ସି ଭଡା ମଧ୍ୟ ବୃଦ୍ଧି ପାଇଛି। ଅଟୋରେ କିଲୋମିଟର ପିଛା ୨ ପଇସା ଏବଂ ଟ୍ୟାକ୍ସିରେ ୪ ପଇସା ବଢ଼ିଛି।
The post ପେଟ୍ରୋଲ ଡିଜେଲ ପରେ ବଢ଼ିଲା ସିଏନଜି ଦାମ୍ appeared first on Odisha Reporter.
from Odisha Reporter https://ift.tt/2NRaLaU
No comments:
Post a Comment