ମହାଶିବରାତ୍ରୀରେ ବଡ଼ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ମହାଶିବରାତ୍ରୀରେ ବଡ଼ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ

ଆଗ୍ରା: ମହାଶିବରାତ୍ରୀ ବା ଜାଗରରେ ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ଇଟମାଦପୁର ଅଞ୍ଚଳର ଗୋଟିଏ ଟ୍ରକ୍‌ ଓ ସ୍କୋପ୍ରିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ସ୍କୋପ୍ରିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ ସ୍କୋପ୍ରିଓଟି ଝାରଖଣ୍ଡ ନମ୍ବରରେ ପଞ୍ଜୀକରଣ ହୋଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସ୍କୋପ୍ରିଓରେ ବସିଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ି ଜାତୀୟ ରାଜପଥ କଡ଼କୁ ଖସି ପଡ଼ିଲା । ସ୍ଥାନୀୟ ଲୋକ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ସାମିଲ ମୃତାହତଙ୍କୁ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକରୁ ବାହାର କରିଥିଲେ। ତେବେ ଏଯାଏ ମୃତକଙ୍କ ପରିଚୟ ମିଳି ନଥିବା ପୁଲିସ୍‌ କହିଛି।

The post ମହାଶିବରାତ୍ରୀରେ ବଡ଼ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3l3fFOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages