ଓଡ଼ିଆ ଲେଖି ପ‍ଢ଼ି ନ ଜାଣିବା ମହଙ୍ଗା ପଡ଼ିଲା, ହାତରୁ ଗଲା ସରପଞ୍ଚ ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ଓଡ଼ିଆ ଲେଖି ପ‍ଢ଼ି ନ ଜାଣିବା ମହଙ୍ଗା ପଡ଼ିଲା, ହାତରୁ ଗଲା ସରପଞ୍ଚ ପଦ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଲେଖି ପଢି ନ ଜାଣିବା ମହଙ୍ଗା ପଡ଼ିଲା। ନିଜ ପଦରୁ ବିଦା ହେଲେ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସମାଦ୍ରୀ।  ଗଂଜାମ ଜିଲ୍ଲା ଛତ୍ରପୁର ସିଭିଲ ଜଜ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଗତକାଲି ଏହି ରାୟ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ୨୦୧୭ ପଞ୍ଚାୟତ ଇଲେକ୍ସନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ସରପଞ୍ଚ ପି.ସମାଦ୍ରୀ ବିଜୟୀ ହୋଇଥିଲେ | କିନ୍ତୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପି.ସମାଦ୍ରୀ ଓଡ଼ିଆ ପଢି ଜାଣି ନାହାନ୍ତି, ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ରହିଥିବା ନେଇ ଓକିଲଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ ନିବାସୀ ଗୌଡ଼ ।

ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଗତକାଲି ଛତ୍ରପୁର ସିଭିଲ କୋର୍ଟ ପରିସର ରେ ଏହି କେଶର ଶୁଣାଣି ହୋଇଥିଲା । ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି ପି.ସମାଦ୍ରୀଙ୍କ ସରପଞ୍ଚ ପଦ ରଦ୍ଦ କରିଛନ୍ତି ।  ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

The post ଓଡ଼ିଆ ଲେଖି ପ‍ଢ଼ି ନ ଜାଣିବା ମହଙ୍ଗା ପଡ଼ିଲା, ହାତରୁ ଗଲା ସରପଞ୍ଚ ପଦ appeared first on Odisha Reporter.



from Odisha Reporter https://ift.tt/30get0a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages