କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ବୟାନବାଜି ବଢ଼ିବା ସହିତ ହିଂସା ମଧ୍ୟ ବଢ଼ିଛି। ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି-ଟିଏମସି କ୍ଷମତା ଦଖଲ ପାଇଁ ହୁଙ୍କାର ଭରୁଥିବା ବେଳେ ଅନେକ ଦଳୀୟ କର୍ମୀ ଆହତ ସହିତ ମୃତ୍ୟୁ ବରଣ କରିଛନ୍ତି।
ଦକ୍ଷିଣ ୨୪ ପାରଗାନା ଜିଲ୍ଲାର ଏକ ଗାଁରେ ବିସ୍ଫୋରଣ ଘଟଣା ଘଟିଛି। ଯେଉଁଥିରେ ୬ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଟିଏମସି ଏଭଳି କରିଥିବା ଅଭିଯୋଗ ରହିଛି। ଦକ୍ଷିଣ ୨୪ର ପାରଗାନା ଜିଲ୍ଲାର ରାମପୁର ଗାଁରେ ଏହି ବିସ୍ଫୋରଣ ହୋଇଛି।
West Bengal: Six BJP workers injured in a crude bomb blast, in Rampur village of South 24 Parganas district late last night. The injured workers, who are under treatment at a hospital, allege that the bomb was hurled at them by TMC workers when they were returning from a wedding. pic.twitter.com/oSE3RjPC26
— ANI (@ANI) March 6, 2021
ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ତାଙ୍କୁ ଘରେ ବୋମା ମାଡ଼ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ଟିଏମସି କର୍ମୀ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଏଥିରେ ୬ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ପୂର୍ବରୁ ଗତ ସପ୍ତାହରେ ଉତ୍ତର ୨୪ ପାରଗାନା ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ମାଆ ଟିଏମସି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଫେବୃଆରୀ ୨୭ରେ ଗୋପାଳଙ୍କ ଘରେ ଟିଏମସି କର୍ମୀ ପଶି ବୃଦ୍ଧା ମା’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିବା ଅଭିଯୋଗ ରହିଛି। ଟିଏମସିକୁ ଟାର୍ଗେଟ କରି ବିଜେପି ମଧ୍ୟ ଏହାକୁ ନେଇ ବୃଦ୍ଧା ମହିଳାଙ୍କ ପୋଷ୍ଟର ଲଗାଇଥିଲା। ଏମିତିକି ବୃଦ୍ଧା ଜଣଙ୍କ ପଶ୍ଚିମବଙ୍ଗର ଝିଅ ନୁହେଁ କି ବୋଲି ବିଜେପି ମମତାଙ୍କୁ ପ୍ରଶ୍ନ କରିଥିଲା।
ସେହିପରି ଫେବୃଆରୀ ୧୭ରେ ପଶ୍ଚିମବଙ୍ଗର ମନ୍ତ୍ରୀ ଜାକିର ହୁସେନ୍ଙ୍କୁ ଉପରକୁ ବୋମା ମାଡ଼ ହୋଇଥିଲା। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ।
The post ବିଜେପି କର୍ମୀଙ୍କ ଉପରେ ବୋମା ମାଡ଼ appeared first on Odisha Reporter.
from Odisha Reporter https://ift.tt/2NZRHYe
No comments:
Post a Comment