ପତ୍ନୀ, ଶାଶୁ, ଶ୍ୱଶୁରଙ୍କୁ ଗୁଳି କରିଦେଲେ ପୁଲିସ୍‌ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ପତ୍ନୀ, ଶାଶୁ, ଶ୍ୱଶୁରଙ୍କୁ ଗୁଳି କରିଦେଲେ ପୁଲିସ୍‌ ଅଫିସର

ଜମ୍ମୁ: ଜଣେ ପୁଲିସ୍‌ ଅଧିକାରୀ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ପତ୍ନୀ, ଶାଶୁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଙ୍ଗଳବାର ଜମ୍ମୁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଭାରତୀୟ ରିଜର୍ଭ ପୁଲିସ୍‌(ଆଇଆରପି)ରେ କାମ କରୁଥିବା ରାଜେନ୍ଦ୍ର କୁମାର ମଙ୍ଗଳବାର ରାତିରେ ନିଜ ଶ୍ୱଶୁର ଘରେ ପହଞ୍ଚିଥିଲେ।

ସେଠାରେ ପତ୍ନୀ ସୀମାଙ୍କ ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାଜେନ୍ଦ୍ର ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଗୁଳିମାଡ଼ରେ ପତ୍ନୀ ସୀମା, ଶାଶୁ ରାଜ କୁମାରୀ ଓ ଶ୍ୱଶୁର ରମେଶ କୁମାର ପ୍ରାଣ ହରାଇଛନ୍ତି।

ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ଶାଳକ ଓ ଦାଦା ଶ୍ୱଶୁର ମଧ୍ୟ ଉପସ୍ଥିତ ଥିଲେ। ତେବେ ସେମାନେ ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଆଉ ଗୋଟିଏ ରୁମକୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ରାଜେନ୍ଦ୍ର ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ଆଜି ଭୋର ସମୟରେ ଗିରଫ କରିଛି। ପୁଲିସ୍‌ ଘଟଣା ପଛର ରହସ୍ୟ ଜାଣିବା ପାଇଁ ରାଜେନ୍ଦ୍ରଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

The post ପତ୍ନୀ, ଶାଶୁ, ଶ୍ୱଶୁରଙ୍କୁ ଗୁଳି କରିଦେଲେ ପୁଲିସ୍‌ ଅଫିସର appeared first on Odisha Reporter.



from Odisha Reporter https://ift.tt/3eCb8RR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages