ଧନ ସିଂହ ରାୱତ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଧନ ସିଂହ ରାୱତ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ!

ଡେରାଡୁନ: କାର୍ଯ୍ୟକାଳ ସରିବା ପୂର୍ବରୁ ଦଳୀୟ କନ୍ଦଳ ଯୋଗୁ ‌ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନ କିଏ ନେବ, ତା’କୁ ନେଇ ଜାରି ରହିଛି ଚର୍ଚ୍ଚା। ଏସବୁ ଭିତରେ ବିଜେପି ବିଧାୟକ ଧନ ସିଂହ ରାୱତ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ତାଙ୍କୁ ‌ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବାକୁ ଆଜି ଦଳର ହାଇକମାଣ୍ଡ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଧନ ସିଂହ ରାୱତ ପ୍ରାଇଭେଟ ହେଲିକପ୍ଟର ଧରି ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ରେ ମଧ୍ୟ ପହଞ୍ଚି ଯାଇଛନ୍ତି। ଏହାର ଅର୍ଥ ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସରକାରରେ ମନ୍ତ୍ରୀ ଥିବା ୫୦ ବର୍ଷୀୟ ଧନ ସିଂହ ରାୱତ ପାଉରି ଜିଲ୍ଲାର ଶ୍ରୀନଗର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦଳରେ ତାଙ୍କର ବେଶ ଦବଦବା ମଧ୍ୟ ରହିଛି। ସେ ବରିଷ୍ଠତା ଭିତ୍ତିରେ ମୁଖ୍ୟମନ୍ତ୍ରୀ ହେବା ରେସ୍‌ରେ ଆଗରେ ରହିଛନ୍ତି।

ଗତକାଲି ଅପରାହ୍ନରେ ତ୍ରିବେନ୍ଦ୍ର ସିଂହ ରାୱତ ରାଜ୍ୟପାଳ ରାନୀ ମୌର୍ଯ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ଯେ ଏବେ ରାଜ୍ୟର ନେତୃତ୍ୱ ଆଉ ଜଣେ ନେତା ନେବେ। ତେଣୁ ଧନ ସିଂହ ରାୱତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

ଧନ ସିଂହ ରାୱତଙ୍କ ନାଁରେ ଡବଲ ଏମଏ ଡିଗ୍ରୀ ରହିଛି। ସେ ଇତିହାସ ଓ ରାଜନୀତି ବିଜ୍ଞାନରେ ଏମଏ କରିଛନ୍ତି। ସେ ରାଜନୀତି ବିଜ୍ଞାନରେ ପିଏଚଡି ମଧ୍ୟ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ପ୍ରାୟ ଗୋଟିଏ ବର୍ଷ ଏହି ପଦରେ ରହିବେ। କାରଣ ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ।

୨୦୧୭ ବିଧାନସଭା ନିର୍ବାଚନ ବେଳେ ବିଜେପି ୭୦ ଆସନରୁ ୫୭ଟି ଆସନ ଦଖଲ କରି କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିଥିଲା। ଏହାପରେ ସର୍ବସମ୍ମତି କ୍ରମେ ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ବର୍ଷ ପୂର୍ବରୁ ଦଳୀୟ କନ୍ଦଳ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

The post ଧନ ସିଂହ ରାୱତ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ! appeared first on Odisha Reporter.



from Odisha Reporter https://ift.tt/3ciKOZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages