୧୧ ଫେବ୍ରୁଆରୀ, ଗୁରୁବାର: ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

୧୧ ଫେବ୍ରୁଆରୀ, ଗୁରୁବାର: ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ । ଘରକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହେବ।  ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁ ବିଜୟୀ ହେବେ ।

ବୃଷ: ରାଜନିତୀ କରୁଥିବା ବ୍ୟକ୍ତି ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ,ବନ୍ଧୁ ସହଯୋଗର ହାତ ବଢାଇବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି । ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବା ସହିତ ଅପମାନ ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଦେଖାଦେବ। ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ମନରେ କଳ୍ପନା ଜାରିରହିବ।

କର୍କଟ: କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। ରାଜନୀତିରେ ମାନ ସମ୍ମାନ ମିଳିବ, ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ବକେୟା ପଡିଥିବା ଅର୍ଥ ପ୍ରାପ୍ତିହେବ ।

ସିଂହ: ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହେବେ । ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପ୍ରତିକାର-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ   ।

କନ୍ୟା: ଆୟ ଅନୁସାରେ ବ୍ୟୟ ଅଧିକ ହେବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମାନ ବୃଦ୍ଧି ହେବ। ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ   ।

ତୁଳା: ପରିବାରରେ କଳହଯୋଗ ଦେଖାଯିବ ଏବଂ ଅପରାହ୍ନରେ ପାରିବାରିକ ବିବାଦ ସମାଧାନ ହେବ । ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ମିଡିଆରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଶୁଭ ଫଳ ପାଇବେ।  ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ ।

ବିଛା: ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହିତ ମନ ଖୁସି ରହିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଅସହାୟ ଲୋକଙ୍କୁ ଦାନ କରନ୍ତୁ  ।

ଧନୁ: ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ ଏବଂ ମାନସମ୍ମାନ ବୃଦ୍ଧିହେବ । ଯାନବାହନରେ  ଗଲାବେଳେ ସାବଧାନତା ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନରେ ଖୁସି ରହିବ। ପ୍ରତିକାର- ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

ମକର: ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବା ସହିତ ରାତ୍ରିରେ ସୁଖନିଦ୍ରା ହେବ । ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ସାତଥର ପରିକ୍ରମା କରନ୍ତୁ  ।

କୁମ୍ଭ: ବ୍ୟବସାୟରେ ଯେତେ ଚେଷ୍ଟାକଲେ ମଧ୍ୟ ଆୟ ଅନୁସାରେ ବ୍ୟୟ ଅଧିକ ହେବ ଓ ମହାଜନଙ୍କ ସହ ବଚସା ହେବ ।  ସାମାଜିକ କ୍ଷେତ୍ରରେ ପ୍ରସଂଶା ମିଳିବ । ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ।  ଦୂର ସ୍ଥାନକୁ ଯାତ୍ରାକଲେ ଯାତ୍ରା ଶୁଭପ୍ରଦ ହେବ । ପାରିବାରିକ ସମସ୍ୟା ସମାଧାନ ହେବ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ବହୁତ ଭଲ ରହିବ । ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ ।

 

The post ୧୧ ଫେବ୍ରୁଆରୀ, ଗୁରୁବାର: ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ appeared first on Odisha Reporter.



from Odisha Reporter https://ift.tt/3rFMNya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages