ଭୋଜିକୁ ନା ପରେ ଶ୍ରାଦ୍ଧ ବାର୍ଷିକୀରେ ବଣ୍ଟାଗଲା ଖାଦ୍ୟ ପୁଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ଭୋଜିକୁ ନା ପରେ ଶ୍ରାଦ୍ଧ ବାର୍ଷିକୀରେ ବଣ୍ଟାଗଲା ଖାଦ୍ୟ ପୁଡ଼ିଆ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗତବର୍ଷର କରୋନା କୋପକୁ ଗଞ୍ଜାମ ଜିଲ୍ଲାବାସୀ ଭୁଲି ପାରି ନ ଥିବା ବେଳେ ଏଥର ଆରମ୍ଭରୁ ସତର୍କତା ଅବଲମ୍ବନ ସହ କରୋନା ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। କରୋନାର ଦ୍ୱିତୀୟ ଲହର ଗଞ୍ଜାମ ଜିଲ୍ଲାରେ ବିସ୍ଫୋରକ ସ୍ଥିତ ସୃଷ୍ଟି କରି ନ  ଥିଲେ ମଧ୍ୟ ଜିଲ୍ଲାରେ ଭୋଜିଭାତକୁ ବାରଣ କରିଛନ୍ତି ଜିଲ୍ଲାପାଳ। ଏହା ବଦଳରେ ଅତିଥିଙ୍କୁ ପୁଡ଼ିଆ ଖାଦ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ପାଳନ କରି ବ୍ରହ୍ମପୁର ଶିଳ୍ପାଞ୍ଚଳର ଶ୍ରମିକ ନେତା ବୃନ୍ଦାବନ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପରିବାର ପକ୍ଷରୁ ପ୍ୟାକେଟ ଖାଦ୍ୟ ବଣ୍ଟନ କରାଯାଇଛି।

ଏନେଇ  ଶ୍ରମିକ ନେତା ସ୍ୱର୍ଗତ ବୃନ୍ଦାବନ ସାବତଙ୍କ ଝିଅ ସୁଜାତା ସାବତ ପାଢ଼ୀ କହିଛନ୍ତି, “ଗତ ବର୍ଷ କରୋନା ଆରମ୍ଭ ହେବା ପରେ ଜନତା କର୍ଫ୍ୟୁ ସମୟରେ ବାପାଙ୍କର ଦେହାନ୍ତ ହୋଇଥିଲା। ବାପା ଜଣେ ଶ୍ରମିକ ନେତା ଥିବାରୁ ବିଭିନ୍ନ ମଜଦୁର ସଂଘ ସହ ଜଡ଼ିତ ଥିଲେ। ହେଲେ ସେତେବେଳେ କରୋନାର କୋପ ଯୋଗୁ ତାଙ୍କ ଏକାଦଶ ଭୋଜିରେ ଅଧିକ ଲୋକଙ୍କୁ ଡାକି ପାରି ନ ଥିଲୁ। ତେଣୁ ଚଳିତ ବର୍ଷ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀକୁ ବଡ଼ ଧରଣର କରିବୁ ବୋଲି ସ୍ଥିର କରିଥିଲୁ।

ଏବେ  ପୁଣି ଥରେ କରୋନା ଫେରିଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଅଳ୍ପ ଲୋକଙ୍କ ଉପସ୍ଥିତିରେ ସ୍ମୃତି ସଭା ଆୟୋଜନ କରିଥିଲୁ। ସାମାଜିକ ଦୂରତା ରଖି ଲୋକଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଛୁ। ଆମେ ନିଜେ ସତର୍କ ନ ରହିଲେ କରୋନାକୁ ମାତ୍‌ ଦେବା କଷ୍ଟକର ହୋଇଯିବ। ଆମେ ସାମାଜିକ ପ୍ରାଣୀ। ସବୁବେଳେ ଉତ୍ସବ ଆୟୋଜନ କରିବା। କିନ୍ତୁ ସେତେବେଳେ କରିବା ଉଚିତ ଯେତେବେଳେ ଆମେ ସୁରକ୍ଷିତ ଥିବା।”

ଗଞ୍ଜାମରେ ଲୋକଙ୍କ ଭିଡ଼ ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାଘର ଓ ଶୁଦ୍ଧିକାର୍ଯ୍ୟ ଆଦିରେ ଭୋଜି ଆୟୋଜନକୁ ବାରଣ କରାଯାଇଛି । ଏହାକୁ ସମ୍ମାନ ଦେଇ ବୃନ୍ଦାବନ ସାବତଙ୍କ ଶ୍ରାଦ୍ଧ ବାର୍ଷିକୀରେ ପରିବାର ପକ୍ଷରୁ ଖାଦ୍ୟ ପୁଡ଼ିଆ ବଣ୍ଟା ଯିବା ଘଟଣାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ,  ରାଜ୍ୟରେ କରୋନା ସଂକ୍ରମଣ ଏବେ ବିସ୍ଫୋରକ ରୂପ ଧାରଣ କଲାଣି। ଦୁଇ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି। ଗତକାଲି ରାଜ୍ୟରେ ୧୨୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୩୭୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୩୫୫ ଜଣ ଚିହ୍ନଟ ହୋଇଛନ୍ତି।

The post ଭୋଜିକୁ ନା ପରେ ଶ୍ରାଦ୍ଧ ବାର୍ଷିକୀରେ ବଣ୍ଟାଗଲା ଖାଦ୍ୟ ପୁଡ଼ିଆ appeared first on Odisha Reporter.



from Odisha Reporter https://ift.tt/2PHHqRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages