ତାତିରୁ ମିଳିବ ତ୍ରାହି; ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ତାତିରୁ ମିଳିବ ତ୍ରାହି; ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ତାତି ଯୋଗୁ ଲୋକେ ଛଟପଟ ହେଉଥିବା ବେଳେ ଖୁସି ଖବର ଆଣିଛି ପାଣିପାଗ ବିଭାଗ।  ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବ ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଦିନ ଧରି କାଳବୈଶାଖୀ ଥିବା ବେଳେ ଆଜି ପାଇଁ ୧୨ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।

ଗଜପତି, ଗଂଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘ଼ଡ଼ି ସହ ବର୍ଷା ହୋଇପାରେ ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ଏସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ରବିବାର ଓ ସୋମବାର ମଧ୍ୟ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଅନ୍ୟପଟେ କିଛି ସ୍ଥାନରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନ୍ଦରଗଡ଼କୁ ଛାଡ଼ି ଗତକାଲି ରାଜ୍ୟର ବାକି ସବୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା।

୪୦ ଡିଗ୍ରୀ ସହ ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଗତକାଲି ଭୁବନେଶ୍ୱର ତାପମାତ୍ରା ୩୪.୯ ଡିଗ୍ରୀ ଥିବା ବେଳେ କଟକରେ ତାପମାତ୍ରା ଥିଲା ୩୩.୮ ଡିଗ୍ରୀ  ।

The post ତାତିରୁ ମିଳିବ ତ୍ରାହି; ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ appeared first on Odisha Reporter.



from Odisha Reporter https://ift.tt/3uyEPrm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages