କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ଖୁଲାସା କଲେ ପ୍ରାଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ଖୁଲାସା କଲେ ପ୍ରାଚୀ

ମୁମ୍ବାଇ: ବି-ଟାଉନ୍‌ରେ କାଷ୍ଟିଂ କାଉଚ୍‌। କାଷ୍ଟିଂ କାଉଚ୍‌ ନେଇ ଖୁଲାସା କରିଛନ୍ତି ଆଉ ଜଣେ ବଲିଡଉ ଅଭିନେତ୍ରୀ। ଟିଭି ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିବା ପରେ ବଡ ପରଦାରେ ଅଭିନୟ କରିଥିବା ପ୍ରାଚୀ ଦେସାଇ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଏବେ ସର୍ବସମ୍ମୁଖରେ ଖୁଲାସା କରିଛନ୍ତି।

ନିକଟରେ ଏକ ଟିଭି ସାକ୍ଷାତକାରେ ପ୍ରାଚୀ ସମସ୍ତ ଘଟଣା ବଖାଣିଛନ୍ତି। ସେ କହିଛନ୍ତି, ବଲିଉଡରେ କାମ କରିବାର ସ୍ୱପ୍ନ ସମସ୍ତଙ୍କର ରହିଛି । କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ବେଶ୍‌ କଷ୍ଟକର, ଏଥିପାଇଁ ଅନେକ ସାଲିସ କରିବାକୁ ପଡେ। ସେ ବଲିଉଡରେ ଏକ ବଡ ଫିଲ୍ମ ପାଇଁ ଅଫର ପାଇଥିଲେ।  କିନ୍ତୁ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ତାଙ୍କୁ କିଛି ଚୁକ୍ତି କରିବାକୁ କହିବା ସହ ତାଙ୍କ କଥାରେ ରାଜି ହେବା ପାଇଁ କହିଥିଲେ। କିନ୍ତୁ ଏହା କରିବାକୁ ପୁରାପୁରି ମନା କରିଦେଇଥିଲେ ପ୍ରାଚୀ। ତେବେ ମନା କରିବା ସତ୍ତ୍ୱେ ମଧ୍ୟ ନିର୍ଦ୍ଦେଶକ ଜଣକ ପୁଣି ଥରେ ତାଙ୍କୁ ଫୋନ କରି ମନାଇବାକୁ ଚେଷ୍ଟା କରିଥିଲେ। ଏହାପରେ ସେହି ଫିଲ୍ମରେ କାମ କରିବା ପାଇଁ ସଫା ସଫା ମନା କରିଦେଇଥିଲେ ବୋଲି ପ୍ରାଚୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବଲିଉଡରେ କାମ ନମିଳିବାକୁ ନେଇ ପ୍ରାଚୀ ପରିବାରବାଦ କଥା ଉଠାଇଥିଲେ। ସେ ଏକ ସାକ୍ଷାତକାର୍‌ରେ କହିଥିଲେ, ସମସ୍ତେ ଏଠି `ୱେଟ ଆଣ୍ଡ ୱାଚ୍’‌ ଗେମ୍‌ ଖେଳୁଛନ୍ତି। କାରଣ ସେହି ସମୟରେ ଟେଲିଭିଜନ କଳାକାରଙ୍କୁ ଫିଲ୍ମରେ କାମ ଦେବା ପାଇଁ ଯୋଗ୍ୟ ମନେ କରାଯାଉନଥିଲା। ଅନ୍ୟକଥା ହେଉଛି ବଲିଉଡରେ ଅଧିକାଂଶ ବଡ ବଡ ଷ୍ଟାରଙ୍କ ପୁଅ ଝିଅ କିମ୍ବା ସେମାନଙ୍କ ସମ୍ପର୍କିୟଙ୍କୁ ହିଁ କାମ ମିଳେ, ଏଥିପାଇଁ ତାଙ୍କୁ ଫିଲ୍ମ କାମ ମିଳୁନି ବୋଲି ପ୍ରାଚୀ ଅଭିଯୋଗ ଆଣିଥିଲେ।

ଲୋକପ୍ରିୟ ଟିଭି ସିରିଏଲ୍‌ `କସ୍‌ମ ସେ’ରୁ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ପ୍ରାଚୀ ଦେସାଇ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୧୭ ବର୍ଷ ବୟସରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୮ରେ `ରକ୍‌ ଅନ୍‌’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ।

ଏହା ପରେ ପ୍ରାଚୀଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିଥିଲା।  `ବୋଲ ବଚ୍ଚନ’, ` ଅଜହର’ ଓ `ୱାନ୍ସ ଅପ୍‌-ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ସେ ନଜର ଆସିଥିଲେ। ତା’ପରେ ପ୍ରାଚୀ ପ୍ରାୟ ଇଣ୍ଡଷ୍ଟ୍ରିରୁ ଗାଏବ୍‌ ହୋଇଯାଇଥିଲେ। ଏବେ ଦୀର୍ଘଦିନ ପରେ ସେ ପୁଣି ଥରେ କମ୍‌ ବ୍ୟାକ୍‌ କରିଛନ୍ତି। `ସାଇଲେନ୍ସ: କେନ୍‌ ୟୁ ହିଅର୍‌ ଇଟ୍‌’ ୱେବସିରିଜ୍‌ରୁ ଓଟିଟି ପ୍ଲାଟଫର୍ମରେ ପାଦ ରଖିଛନ୍ତି ପ୍ରାଚୀ।

The post କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ଖୁଲାସା କଲେ ପ୍ରାଚୀ appeared first on Odisha Reporter.



from Odisha Reporter https://ift.tt/2QvMd8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages