ଭୋଟ୍ ବ୍ୟାଙ୍କ କ୍ଷତି ହେବା ଦେଖି ଡରିଗଲେ କି ମୋଦି ସରକାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

ଭୋଟ୍ ବ୍ୟାଙ୍କ କ୍ଷତି ହେବା ଦେଖି ଡରିଗଲେ କି ମୋଦି ସରକାର?

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଚାଲିଛି। ଆସାମ ଏବଂ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ଏହାରି ଭିତରେ ସରକାର ଘୋଷଣା ସେଭିଂସ ଆକାଉଣ୍ଟର ସୁଧ ହାର କମାଇଥିଲେ। ଯାହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖି ୧୮ ଘଣ୍ଟାରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ସରକାର।

ବୁଧବାର ବ୍ୟାଙ୍କ ଗୁଡ଼ିକରେ ଥିବା ସ୍ୱଳ୍ପ ସେଭିଂସର ସୁଧ ହାର ହ୍ରାସ କରିଥିଲେ ସରକାର। ହେଲେ ସରକାର ସକାଳୁ ଏହି ନିଷ୍ପତ୍ତିକୁ ଭୁଲ୍ କହି ସୁଧହାର ପୂର୍ବଭଳି ରହିବ ବୋଲି କହିଛନ୍ତି। ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହା କହିଛନ୍ତି। ବୁଧବାର ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଭୁଲ କହି ନିଜେ ଟ୍ୱିଟ କରିଛନ୍ତି ସୀତାରମଣ।

ଯଦିଓ ସରକାର ଏହାକୁ ଭୁଲ୍ ବୋଲି କହିଛନ୍ତି ହେଲେ ଏହି ନିଷ୍ପତ୍ତିର ସମୟକୁ ନେଇ ଅନେକ ସନ୍ଦେହ ଉପୁଜିଛି। କାରଣ ପଶ୍ଚିମବଙ୍ଗ ଏବଂ ଆସାମରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏଭଳି ପରିସ୍ଥିତିରେ ସରକାର ଭୋଟ୍ ବ୍ୟାଙ୍କ କ୍ଷତିଗ୍ରସ୍ତ ହେବ ଏବଂ ବିରୋଧୀଙ୍କୁ ପ୍ରସଙ୍ଗ କରିବାକୁ ଆଉ ଏକ ମୌକା ମିଳିଯିବ ଭାବି ସରକାର ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛନ୍ତି ବୋଲି ସନ୍ଦେହ କରାଯାଉଛି।

ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲ ଦର ସମସ୍ତ ଦଳ ନିର୍ବାଚନ ବେଳେ ଏହାକୁ ମୁଖ୍ୟ ଅସ୍ତ୍ର କରନ୍ତି। ଏବେ ଏହି ଦର ଯଦିଓ ଆକାଶଛୁଆଁ ରହିଛି। ହେଲେ ବିଗତ ସପ୍ତାହରେ ତିନି ଥର ଦର କମିଛି। ଆଉ ଏଲିପିଜି ଦର ମଧ୍ୟ ୧୦ ଟଙ୍କା କମାଇଛନ୍ତି ସରକାର।

ଗତକାଲି ସେଭିଂସ ଡିପୋଜିଟ ଉପରେ ବାର୍ଷିକ ସୁଧ ହାର ୪ ପ୍ରତିଶତରୁ ୩.୫ ପ୍ରତିଶତକୁ ହ୍ରାସ କରିଥିଲେ ସରକାର। ବର୍ଷିକିଆ ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୪.୪ ପ୍ରତିଶତ, ୨ ବର୍ଷିଆ ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଥିଲେ ସରକାର।

୩ ବର୍ଷର ଜମା ଉପରେ ସୁଧ ହାର ୫.୫ ପ୍ରତିଶତରୁ ୫.୧ ପ୍ରତିଶତ, ୫ ବର୍ଷର ଜମା ଉପରେ ସୁଧ ହାର ୬.୭ ପ୍ରତିଶତରୁ ୫.୮ ପ୍ରତିଶତକୁ ହ୍ରାସ କରାଯାଇଛି। ଏଭଳି ଟର୍ମ ଜମା ଯୋଜନା ଉପରେ ସୁଧ ହାରର ହିସାବ ତ୍ରୈମାସିକ ଭିତ୍ତିରେ କରାଯାଇଥାଏ।

ସେହିପରି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା ପିପିଏଫ ୭.୧ ପ୍ରତିଶତରୁ ୬.୪ ପ୍ରତିଶତକୁ ହ୍ରାସ ପାଇଛି। ୧ ଏପ୍ରିଲରୁ ନ୍ୟାଶନାଲ ସେଭିଂସ ସାର୍ଟିଫିକେଟ୍ (NSC) ୫.୯ ପ୍ରତିଶତ ସୁଧ ରହିବ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ୬.୯ ପ୍ରତିଶତ ସୁଧ ରହିବ। ପାଞ୍ଚ ବର୍ଷର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପାଇଁ ସୁଧ ହାର ୬.୫ ପ୍ରତିଶତକୁ ହ୍ରାସ ପାଇଛି। କିସାନ ବିକାଶ ପାତ୍ର (କେଭିପି) ଉପରେ ସୁଧ ହାର ୬.୨ ପ୍ରତିଶତକୁ ହ୍ରାସ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରର ମୋଦି ସରକାର ବିଭିନ୍ନ ସମୟରେ ବ୍ୟାଙ୍କିଙ୍ଗ ସୁଧାର ନେଇ ନିର୍ବାଚନ ପ୍ରସଙ୍ଗ କରନ୍ତି। ଗାଁ ଗାଁରେ ବ୍ୟାଙ୍କ ଖୋଲିବା, ପୋଷ୍ଟ ଅଫିସରେ ବିଭିନ୍ନ ସ୍କିମ୍ ଜରିଆରେ କିଭଳି ଜଣେ ଆର୍ଥିକ ଲାଭ ପାଇହେବ ବିଜେପି ନିଜ ନିର୍ବାଚନୀ ପ୍ରଚାରରେ ପ୍ରସଙ୍ଗ କରିଥାଏ। ତେଣୁ ଏବେ ବିଧାନସଭା ନିର୍ବାଚନ ବେଳେ ସୁଧହାର କମିବା ଦେଖିଲେ ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବ ଭାବି ସରକାର ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛନ୍ତି କି?

The post ଭୋଟ୍ ବ୍ୟାଙ୍କ କ୍ଷତି ହେବା ଦେଖି ଡରିଗଲେ କି ମୋଦି ସରକାର? appeared first on Odisha Reporter.



from Odisha Reporter https://ift.tt/2PPrpYV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages