‘ମୋ ସ୍ତ୍ରୀ କ୍ୟାନସରକୁ ହରାଇବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

‘ମୋ ସ୍ତ୍ରୀ କ୍ୟାନସରକୁ ହରାଇବେ’

ମୁମ୍ୱାଇ:  “ କ୍ୟାନସର ବିରୋଧରେ ଜୀବନ ଯୁଦ୍ଧ ଲଢ଼ୁଥିବା କିରଣ  ଏହାକୁ ନିଶ୍ଚିତ ଭାବେ ମାତ ଦେବେ। କେବଳ ଏତିକି ନୁହେଁ, ପୂର୍ବପେକ୍ଷା ଏଥର ସେ ଅଧିକ ଷ୍ଟ୍ରଙ୍ଗ ହୋଇ ଫେରିବେ। କିରଣ ଜଣେ ଫାଇଟର ମନୋବୃତ୍ତିର ମହିଳା ହୋଇଥିବା ବେଳେ ସବୁ ବେଳେ ସକାରାତ୍ମକ ଚିନ୍ତାଧାରା ରଖିଥାନ୍ତି।  ତାଙ୍କ ଚିକିତ୍ସା ନିମନ୍ତେ ଏକ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବେ ।”  ଏପରି ଭାବେ କିରଣଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ନେଇ ଦୃଢ ଆଶା ବ୍ୟକ୍ତ କରିଛନ୍ତି ଅନୁପମ।

ବଲିଉଡ ଫିଲ୍ମର ଜଣେ ଆଗଧାଡ଼ିର କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ ହତବାକ ହୋଇଯାଇଥିଲା। ତେବେ ଏନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି କିରଣଙ୍କ ସ୍ୱାମୀ ତଥା ବଲିଉଡ଼ ଅଭିନେତା ଅନୁପମ ଖେର।

ଏକ ହୃଦୟସ୍ପର୍ଶୀ ନୋଟରେ ଅନୁପମ ଲେଖିଛନ୍ତି , ଚର୍ଚ୍ଚା ଯୋଗୁ ଅବସ୍ଥାରେ କେବେ ବି ସୁଧାର ଆସେ ନାହିଁ। ତେଣୁ ମୁଁ ଓ ସିକନ୍ଦର ଏହାକୁ ଜଣାଇବାକୁ ଚାହୁଁଛୁ ଯେ, କିରଣ  ମଲଟିପୁଲ ମାଇଲୋମାରେରେ ଆକ୍ରାନ୍ତ ଅଛନ୍ତି। ଯାହାକି ଏକ ପ୍ରକାର ବ୍ଲଡ଼ କ୍ୟାନସର ।

ଏଥିସହ ସେ ଲେଖିଛନ୍ତି, କିରଣ ଜଣେ ଖୁବ୍‌ ଭଲ ହୃଦୟର ମଣିଷ ହୋଇଥିବା ବେଳେ ବହୁ ଲୋକଙ୍କ ଭଲ ପାଇବା ଓ ପ୍ରାର୍ଥନା ନିହାତି ଫଳପ୍ରଦ ହେବ  ।  ସମସ୍ତଙ୍କ ଭଲ ପାଇବା ଓ ସପୋର୍ଟ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଅନୁପମ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଲୋକଲୋଚନରୁ ଗାଏବ ହୋଇଯାଇଥିବା କିରଣ ବ୍ଲଡ କ୍ୟାନସରରେ ପୀଡ଼ିତ ଥିବା ଖବର ହଠାତ୍‌ ଚର୍ଚ୍ଚାକୁ ଆସିଛି।  କିରଣ ଖେର ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଜଗତ ସମେତ ତାଙ୍କ ଶୁଭେଚ୍ଛୁ ସମସ୍ତେ ଏବେ ହତବାକ ହୋଇଛନ୍ତି।

ମାର୍ଚ୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସର ଏକ ଅଭିଯୋଗର ଜବାବ ଦେଇଥିଲେ। ଆଉ ଏହି ସମୟରେ ସେ କହିଥିଲେ କିରଣ ଖେର କ୍ୟାନସରରେ ଆକ୍ରାନ୍ତ।

ସାଂସଦ କିରଣ ଖେର ଏବେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ଯେଉଁଥିପାଇଁ ସେ ଆସନ୍ତା କିଛି ଦିନ ପାଇଁ ତାଙ୍କ ଲୋକସଭା ଆସନ ତଥା ଚଣ୍ଡିଗଡ଼ ସହରକୁ ଆସିପାରିବେ ନାହିଁ। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଅରୁଣ ସୁଦ କହିଛନ୍ତି।

ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ଲକଡାଉନରେ ମଧ୍ୟ କିରଣ ଚଣ୍ଡିଗଡ଼ରେ ରହି ଲୋକଙ୍କୁ ସହଯୋଗ କରୁଥିଲେ। ତେବେ ନଭେମ୍ବରରେ ତାଙ୍କ ହାତ ଭାଙ୍ଗିଯାଇଥିଲା। ଏହା ପରେ ସେ ଚଣ୍ଡିଗଡ଼ରେ ଚିକିତ୍ସିତ ହୋଇଥିଲେ। ଏହି ସମୟରେ ସେ ମଲ୍ଟିପୁଲ୍ ମାଇଲୋମା ନାମକ ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା।

The post ‘ମୋ ସ୍ତ୍ରୀ କ୍ୟାନସରକୁ ହରାଇବେ’ appeared first on Odisha Reporter.



from Odisha Reporter https://ift.tt/2QVFDbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages