ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୧୫,୭୩୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହା ପୂର୍ବରୁ ରବିବାର ୧,୦୩,୫୫୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ଦେଶରେ ମୋଟ୍ ୮,୪୩,୪୭୩ ଜଣ କରୋନାରେ ସଂକ୍ରମିତ ଥିବା ସୂଚନା ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଏହାକୁ ମିଶାଇ ଦେଶରେ ମୋଟ୍ ୧,୬୬,୧୭୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫେବୃଆରୀ ତୃତୀୟ ସପ୍ତାହରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୋଭିଡ ଦ୍ରୁତ ଗତିରେ ବ୍ୟାପୁଛି।
ଭାରତରେ ଏଯାବତ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ମୋଟ ୨୫,୧୪,୩୯,୫୯୮ଟି ନମୁନା ପରୀକ୍ଷା କରାଯାଇଛି। ଆଇସିଏମଆର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସାରା ଦେଶରେ ୧୨,୦୮,୩୨୯ ନମୁନା ପରୀକ୍ଷା କରାଯାଇଥିଲା।
ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର କହିଛନ୍ତି ଯେ ବେଙ୍ଗାଲୁରୁ ସହରାଞ୍ଚଳ ବ୍ୟତୀତ ରାଜ୍ୟର ଆହୁରି ୫ଟି ଜିଲ୍ଲା କ୍ରମାଗତ ଭାବରେ କରୋନା ମାମଲା ବୃଦ୍ଧି ହେଉଛି। ଏହି ଜିଲ୍ଲାଗୁଡିକରେ ଅଧିକ ମାତ୍ରାରେ ଟିକା ପଠାଯାଉଛି ଏବଂ ଅଧିକରୁ ଅଧିକ ପରୀକ୍ଷା କରାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ପଞ୍ଜାବରେ ୮୦% ମାମଲା ୟୁକେ ଷ୍ଟ୍ରେନ୍ ପାଇଁ ବ୍ୟାପିଛି। ବିବାହ ଉତ୍ସବ, ସ୍ଥାନୀୟ ନିର୍ବାଚନ, ଚାଷୀ ଆନ୍ଦୋଳନ ଯୋଗୁଁ କରୋନା ମାମଲା ବଢ଼ୁଛି ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଙ୍ଗଳବାର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ୧୧ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିଆଣା, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେ ରହିଛି। ଯେଉଁଥିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।
The post ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧.୧୫ ଲକ୍ଷ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3mrgXmN
No comments:
Post a Comment