ଏନଆଇଏରେ ହାଜର ହେଲେ ପରମବୀର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଏନଆଇଏରେ ହାଜର ହେଲେ ପରମବୀର ସିଂହ

ମୁମ୍ୱାଇ: ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁମ୍ୱାଇ ସ୍ଥିତ ଏନଆଇଏ ଅଫିସରେ ହାଜର ହୋଇଛନ୍ତି। ସକାଳ ୧୦ ଟା ସମୟରେ କାର ନମ୍ୱର MH01CP 1370ରେ ଏନଆଇଏ ଅଫିସକୁ ଆସିଥିଲେ ପରମବୀର ସିଂହ। ଏପିଆଇ ସଚିନ ବାଜେ ଆଣ୍ଟିଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ପରମବୀର ସିଂହଙ୍କୁ ଜେରା କରିପାରେ ଏନଆଇଏ। ସଚିନ ବାଜେ ପରମବୀର ସିଂହଙ୍କ ଅଧୀନରେ କାମ କରୁଥିଲେ। ତେଣୁ ସଚିନ ବାଜେଙ୍କ ଏହି ଅପରାଧିକ କାମ ବାବଦରେ ପରମବୀର ଜାଣିଥିଲେ ବୋଲି ଦାବି ହେଉଛି।

ଅନ୍ୟପଟେ ସଚିନ ବାଜେଙ୍କ ଏନଆଇଏ ହେପାଜତ ଅବଧି ଆଜି ଶେଷ ହେଉଛି। ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ଆଜି ସଚିନ ବାଜେଙ୍କୁ ହାଜର କରିବ ଏନଆଇଏ। ଏହାପୂର୍ବରୁ ସଚିନ ବାଜେ ଏବଂ ପରମବୀର ସିଂହଙ୍କୁ ଏନଆଇଏ ମୁହାଁମୁହିଁ କରିପାରେ।

ସଚିନ ବାଜେଙ୍କର ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ସାମ୍ନାକୁ ଆସିବା ପରେ ହରଡଘଣାରେ ପଡ଼ିଛନ୍ତି ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାର। ଏହାପରେ ଗୃହମନ୍ତ୍ରାଳୟ ପରମବୀର ସିଂହଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ହଟାଇ ହୋମାଗାର୍ଡ ଡିଜି କରାଇଥିଲେ। ଆଉ ହଟାଇବା ପଛର କାରଣ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ପରମବୀର କମିଶନର ପଦବୀରେ ଥିବା ବେଳେ ଅନେକ ମାମଲାରେ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ତାଙ୍କୁ ପଦବୀରୁ ହଟାଯାଇଛି।

ଏହାପରେ ପରମବୀର ଏକ ଚିଠି ପଠାଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ। ଯେଉଁଥିରେ ଅନଲୀ ଦେଶମୁଖ ସଚିନ ବାଜେଙ୍କ ଜରିଆରେ ୧୦୦ କୋଟି ବଟି ଆଦାୟ ପାଇଁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏବେ ବମ୍ୱେ ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ଦେଇଛନ୍ତି।

The post ଏନଆଇଏରେ ହାଜର ହେଲେ ପରମବୀର ସିଂହ appeared first on Odisha Reporter.



from Odisha Reporter https://ift.tt/2PKsphn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages