ନାଗପୁର: ଗୋଟିଏ ବେଡ଼ରେ ଦୁଇ ଜଣ କୋଭିଡ୍ ରୋଗୀ। ଲଗାଲଗି ହୋଇ ସିଙ୍ଗଲ ବେଡ୍ରେ ଶୋଇଛନ୍ତି ଆକ୍ରାନ୍ତ। ମହାରାଷ୍ଟ୍ରରେ କରୋନାର ଭୟଙ୍କର ସ୍ଥିତି ବଖାଣୁଛି ଏହି ଚିତ୍ର। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏନଡିଟିଭି ରିପୋର୍ଟ ଅନୁଯାୟୀ ଭାଇରାଲ ହେଉଥିବା ଏହି ଚିତ୍ର କରୋନାର ହଟ୍ସ୍ପଟ୍ ପାଲଟିଥିବା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଆସିଛି। ନାଗପୁର ସରକାରୀ ହସ୍ପିଟାଲର ସବୁ ବେଡ୍ ଫୁଲ୍। ଅଧିକାଂଶ ବେଡରେ ଜଣେ ବଦଳରେ ଦୁଇ ଜଣ ରୋଗୀ ରହିଛନ୍ତି। ହସ୍ପିଟାଲ ଅଧିକାରୀ କହିଛନ୍ତି, ବେସରକାରୀ ହସ୍ପିଟାଲରେ ଅଧିକ ଚିକିତ୍ସା ଖର୍ଚ୍ଚ କାରଣରୁ ଲୋକେ ସରକାରୀ ହସ୍ପିଟାଲକୁ ଧାଇଁ ଆସୁଛନ୍ତି। ଅନ୍ୟ ହସ୍ପିଟାଲ ଡାକ୍ତର ବି ରୋଗୀଙ୍କୁ ନାଗପୁର ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲକୁ ରେଫର କରୁଛନ୍ତି। ଫଳରେ ଏଭଳି ସ୍ଥିତି ଉପୁଜିଛି।
ସେପଟେ ଡାକ୍ତରଖାନାର ଚିକିତ୍ସା ଅଧୀକ୍ଷକ ଅବିନାଶ ଗାୱାଣ୍ଡେ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ କେବଳ କରୋନାର ଗୁରୁତର ରୋଗୀ ଏବଂ ସହର ବାହାରୁ ଅଣାଯାଇଥିବା ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। GMCH ରେ କାର୍ଯ୍ୟଭାର ଅଧିକ ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଆମେ ବେଡ୍ ସଂଖ୍ୟା ବୃଦ୍ଧି କରୁଛୁ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି। ପ୍ରତ୍ୟେକ ଶଯ୍ୟାରେ କେବଳ ଜଣେ ରୋଗୀ ଅଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କୋଭିଡ୍ ହଟସ୍ପଟ୍ ପାଲଟିଛି ନାଗପୁର। ସୋମବାର ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ।
Maharashtra: In a viral video, more than one COVID patient seen sharing a bed in Nagpur's GMC Hospital
"It's happening because patients come not just from urban & rural districts, but also from Chhattisgarh and Madhya Pradesh", says Dr Avinash V Gawande, Medical Superintendent pic.twitter.com/qtBScb4qMs
— ANI (@ANI) April 4, 2021
The post ଭୟଙ୍କର ସ୍ଥିତି, ଗୋଟିଏ ବେଡ୍ରେ ଶୋଉଛନ୍ତି ୨ କରୋନା ରୋଗୀ appeared first on Odisha Reporter.
from Odisha Reporter https://ift.tt/2PCg7Yv
No comments:
Post a Comment