ଏବେ ଆଶ୍ୱସ୍ତି, ୩ ଦିନ ପରେ ବଦଳିବ ପାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଏବେ ଆଶ୍ୱସ୍ତି, ୩ ଦିନ ପରେ ବଦଳିବ ପାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ଦିନ ପରେ ରାଜ୍ୟରେ ପାଗରେ ହୋଇପାରେ ପରିବର୍ତ୍ତନ । ଦିନର ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ବର୍ତ୍ତମାନ ପାଣିପାଗର ସ୍ଥିତି ଅନୁସାରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି।

ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳ ଓ ଝାଡ଼ଖଣ୍ଡଠାରୁ ପଶ୍ଚିମବଙ୍ଗ ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସଂଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରାରେ ବଡଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ  । ୩ ଦିନ ପରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ର।

ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଦକ୍ଷିଣ ଛତିଶଗଡ଼ ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣବଳୟ ସମୁଦ୍ର ପର୍ତ୍ତନଠାରୁ ୨.୧ କିମି ପର୍ଯ୍ୟନ୍ତ ସକ୍ଷମ ରହିଛି। ଏହାବ୍ୟତୀତ ଝାଡ଼ଖଣ୍ଡରୁ ଗାଙ୍ଗେଟିକ  ୱେଷ୍ଟବେଙ୍ଗଲ ପର୍ଯ୍ୟନ୍ତ ଥିବା ଘୂର୍ଣ୍ଣିବଳୟ ସୁମଦ୍ର ପତ୍ତନଠାରୁ ୧୬.୯ କି,ମି ପର୍ଯ୍ୟନ୍ତ କାୟା ବିସ୍ତାର କରିଛି। ଏହା ପ୍ରଭାବରେ ୨, ୩ରୁ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବା ସମ୍ଭାବନା ରହୁଛି।

The post ଏବେ ଆଶ୍ୱସ୍ତି, ୩ ଦିନ ପରେ ବଦଳିବ ପାଗ appeared first on Odisha Reporter.



from Odisha Reporter https://ift.tt/39Zw423

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages