ପାରାଦୀପ(ରମାକାନ୍ତ ନାୟକ): ମୁଣ୍ଡରେ ବନ୍ଧୁକ ଲଗାଇ ନିଶାଦ୍ରବ୍ୟ ଦେଇ ରାତି ଅଧରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା । ପାରାଦୀପ ଲକ୍ ଥାନା ଝିମାଳ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ପଶି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ ।
ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟାରେ ଗୋଟିଏ ବୋଲେରୋ ଓ କିଛି ବାଇକ୍ରେ ପ୍ରାୟ ୨୦ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ବାହାରେ ଥିବା ବେଳେ ପ୍ରାୟ ୧୨ ଜଣ ଭିତରେ ପଶିଥିଲେ। ସେମାନେ ପରିବାରର ୪ ସଦସ୍ୟଙ୍କୁ ଧମକଚମକ ଦେଇ ନିଶା ଖୁଆଇଥିଲେ। ଏହାପରେ ମୁଣ୍ଡରେ ବନ୍ଧୁକ, ଛୁରୀ ଲଗାଇ ଆଲମିରାରର ଚାବି ଆଣି ଲୁଟପାଟ କରିଥିଲେ। ଲୁଟେରାମାନେ ନଗଦ ୨୦ ହଜାର ଟଙ୍କା ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ।
ଏହାପରେ ଅଚେତ ହୋଇଥିବା ପରିବାର ସଦସ୍ୟଙ୍କ ନିଶା ସାମାନ୍ୟ ଛାଡ଼ିବା ପରେ ବହୁ କଷ୍ଟରେ ଫାଶ ଖୋଲି ବାହାରକୁ ଆସିଥିଲେ। ଏହାପରେ ବନ୍ଧୁବାନ୍ଧବ ତଥା ପୁଲିସ୍କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ ଓଡ଼ିଆ ସମେତ ହିନ୍ଦୀରେ କଥାବାର୍ତ୍ତା କରୁଥିବା ପରିବାର ଲୋକ କହିଛନ୍ତି।
୪ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସମସ୍ତଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରଛାନଭିନ୍ କରୁଥିବା ବେଳେ କିଛି ବି ସୁରାଗ ପାଇପାରିନି।
The post ରାତି ଅଧରେ ଘରେ ପଶିଲେ, ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟିଲେ appeared first on Odisha Reporter.
from Odisha Reporter https://ift.tt/3nxMZxS
No comments:
Post a Comment