ବେଙ୍ଗାଲୁରୁ: କୋଭିଡ୍ ପଜିଟିଭ ଆକ୍ରାନ୍ତ ମୋବାଇଲ ଫୋନ୍ ସୁଇଚ୍ ଅଫ୍ କରିଦେଇଛନ୍ତି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଉପାଧ୍ୟକ୍ଷ ତଥା ମନ୍ତ୍ରୀ ଆର ଅଶୋକ ଏହା କହିଛନ୍ତି। ପୁଲିସ ସହାୟତାରେ ନିଖୋଜ ଆକ୍ରାନ୍ତଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି।
ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ମୋବାଇଲ୍ ସୁଇଚ୍ ଅଫ୍ ନକରିବାକୁ ଅନୁରୋଧ କରିଛି ପ୍ରଶାସନ। ପାଖାପାଖି ୨,୦୦୦ରୁ ୩,୦୦୦ ଲୋକ ଫୋନ୍ ଅଫ୍ କରି ନିଜ ଘର ଛାଡି ଦେଇଥିବା ପରେ ପୁଲିସ୍ ଏବେ ସେମାନଙ୍କୁ ଖୋଜୁଛି।
ଯେଉଁମାନେ ଏଭଳି କରିବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଗାମୀ ଦିନରେ ଅଧିକ ଖରାପ ହୋଇପାରେ। ଆଉ ଆବଶ୍ୟକ ପଡ଼ିଲେ ଆଇସିୟୁରେ ଭର୍ତ୍ତି ହୋଇପାରନ୍ତି। ତେଣୁ ମୋବାଇଲ୍ ଫୋନ୍ ବନ୍ଦ କରିଦେଲେ ଆକ୍ରାନ୍ତଙ୍କ ସହ ଡାକ୍ତର ଯୋଗାଯୋଗରେ ରହିପାରିବେ ନାହିଁ। ସେହିପରି ଘରେ ନରହି ଆଉ କେଉଁଠି ରହିଲେ ସଂକ୍ରମଣ ବ୍ୟାପିବା ସହିତ ଅନେକ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି ପ୍ରଶାସନ କହିଛି। କୋଭିଡରେ ପ୍ରାରମ୍ଭରୁ ଚିକିତ୍ସା ହେଲେ ଜଣେ ଭଲ ହୋଇପାରିବ। ଆଉ ସରକାର ଯେଉଁଭଳି ଚିକିତ୍ସା କରୁଛନ୍ତି ସେଥିରେ ୯୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଆକ୍ରାନ୍ତ ମୋବାଇଲ୍ ବନ୍ଦ କରିଥିବାରୁ ଖୋଜିବା ପାଇଁ ପାଖାପାଖି ୧୦ରୁ ଅଧିକ ଦିନ ସମୟ ଲାଗିବ ବୋଲି ସରକାର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ବୁଧବାର କରୋନାରେ ପ୍ରାୟ ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ସୁପର ସ୍ପାଇକ୍ ବୋଲି କୁହାଯାଉଛି। ଏଥିମଧ୍ୟରୁ ପ୍ରାୟ ୨୯,୦୦୦ ମାମଲା କେବଳ ବେଙ୍ଗାଲୁରୁର। ଏହି ଅବଧି ମଧ୍ୟରେ ମୋଟ ୨୨୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
The post ୩ ହଜାର ପାଖାପାଖି କରୋନା ଆକ୍ରାନ୍ତ ନିଖୋଜ, ଖୋଜୁଛି ପୁଲିସ appeared first on Odisha Reporter.
from Odisha Reporter https://ift.tt/3eHKlBF
No comments:
Post a Comment