ଶୋଇବା ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଶୋଇବା ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ

ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ।

ତେବେ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ।

୧- ଠାକୁର ଘରେ ଶ୍ରୀଗଣେଶଙ୍କର କେବଳ ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକରୁ ଅଧିକ ଗଣେଶ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି ରାଗି ଯା’ନ୍ତି ବୋଲି କୁହାଯାଏ।

୨- ଯେଉଁ ଗଣେଶ ମୂର୍ତ୍ତିଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢଳି ରହିଥିବ, ସେହି ମୂର୍ତ୍ତିକୁ ହିଁ ଘରେ ରଖନ୍ତୁ।

୩- ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ, ବସିଥିବା ମୁଦ୍ରାର ମୂର୍ତ୍ତିକୁ ହିଁ ରଖନ୍ତୁ। ତେବେ ଅଫିସ୍‌ରେ ଶ୍ରୀଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିଲେ, ଶୁଭ ବୋଲି କୁହାଯାଏ।

୪- ଘରର ଦକ୍ଷିଣ ପାର୍ଶ୍ୱରେ କେବେହେଲେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ସିଡ଼ି ଅବା ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ଧନକ୍ଷୟ ହୋଇଥାଏ ବୋଲି କୁହାଯାଏ।

୫- ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର, ଦକ୍ଷିଣ କିମ୍ୱା ଉତ୍ତର ପାର୍ଶ୍ୱରେ ରହିଥାଏ, ତା’ହେଲେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ କିମ୍ୱା ଫଟୋ ଲଗାନ୍ତୁ।

୬- କିଛି ଲୋକ, ଝିଅ ବିବାହ କରି ଶାଶୂ ଘରକୁ ଯିବା ସମୟରେ ଠାକୁରଙ୍କ ମୂର୍ତ୍ତି ଉପହାରରେ ଦେଇଥା’ନ୍ତି। ଜ୍ୟୋତିଷଙ୍କ ମତରେ, ଏହି ସମୟରେ ଝିଅକୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେବା ଉଚିତ୍‌ ନୁହେଁ, ଏହାଦ୍ୱାରା ଝିଅର ବାପଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

The post ଶୋଇବା ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ appeared first on Odisha Reporter.



from Odisha Reporter https://ift.tt/3dU85U5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages